
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଯୋଗୁଁ ରାଜ୍ୟରେ ଗଞ୍ଜାମ ଜିଲ୍ଲାର ଚିତ୍ର ଏବେ ଦିନକୁ ଦିନ ବଦଳିବାରେ ଲାଗିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଶନିବାର ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ସୁରତ ଫେରନ୍ତା, ତାଙ୍କ ବୟସ ୩୮ ବର୍ଷ ବୋଲି ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲର ଅଥରାଇଜଡ଼ ଅଫିସର ଡା. ଉମା ଶଙ୍କର ମିଶ୍ରଙ୍କ ଠାରୁ ସୂଚନା ମିଳିଥିବା ଏହି ପ୍ରତିନିଧି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା