ଜଳେଶ୍ଵର (ସମୃଦ୍ଧ ଓଡିଶା) ମହାମାରୀ କରୋନାର ଦ୍ୱିତୀୟ ଲହରିରେ ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ଓଳିନ୍ଦା ରାଜସ୍ବ ଗ୍ରାମରେ ୯ ଜଣ ବ୍ୟକ୍ତି କାରୋନାରେ ପୀଡ଼ିତ ହୋଇ ଥିବାରୁ, ସେହି ଗ୍ରାମକୁ ରାଜପୁର ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଦିଲ୍ଲୀପ କୁମାର ପରିଡ଼ା ଓ ଓଳିନ୍ଦା ଗ୍ରାମର କେତେକ ଉଦୀୟମାନ ଯୁବକ ମିଶି ସାନିଟାଇଜର କରିଛନ୍ତି l ଉକ୍ତ ଗ୍ରାମ ପଞ୍ଚାୟତ ତରଫରୁ ପ୍ରଶାସନ ପାଖରେ ଦାବୀ କରାଯାଇଛି କି, ରେସନ ସାମଗ୍ରୀ ଆଣିବା ବେଳେ ଟିପ ବ୍ୟବହାରକୁ ବନ୍ଦ କରାଯିବା, ଭ୍ରାମ୍ୟମାଣ ଗାଡ଼ି ସାହାଯ୍ୟରେ ପଞ୍ଚାୟତରେ ସମସ୍ତଙ୍କୁ ପରୀକ୍ଷା କରାଯିବା, ପଶ୍ଚିମବଙ୍ଗ ସମସ୍ତ ସୀମାକୁ ଅଧିକ କଡ଼ାକଡ଼ି କରାଯିବା, ବଜାର ବନ୍ଦ ଥିବାବେଳେ ଗ୍ରାମ ରାସ୍ତାରେ ଦୋକାନ ଗୁଡ଼ିକ ଖୋଲା ରଖାଯାଇ ଜନ ଗହଳି ପ୍ରତି ଧ୍ୟାନ ଓ ମାସ୍କ୍ ଏବଂ ସୋସିଆଲ ଦିସଟାନ୍ସକୁ ଅଧିକ ଗୁରୁତ୍ଵ ଦିଆଯିବା ପାଇଁ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ପରିଡ଼ା, ଓଳିନ୍ଦା ଗ୍ରାମର ୱାର୍ଡ଼ ସଭ୍ୟ ଲକ୍ଷ୍ମୀ ନାରାୟଣ ମହାପାତ୍ର, ଗ୍ରାମ୍ୟମୁଖ୍ୟ ସମର ବଲ୍ଲଭ ସାହୁ, ଅଜୟ କୁମାର ସାହୁ, ଅଶୋକ ପ୍ରଧାନ, ରଞ୍ଜନ କୁମାର ବଡୁ, ଗୌରାଙ୍ଗ ରାୟ, ଅଜୟ ସାଶମଲ, ଅଶୋକ ପ୍ରଧାନ,ପର୍ଶୁରାମ ଦେ, ବାବୁରାମ ଚାନ୍ଦ, ରବୀନ୍ଦ୍ର ସାଶମଲ, ନିତ୍ୟଗୋପାଳ ଦେ, ଶିବ ନାରାୟଣ ସାହୁ ଓ ଅଜୟ ପରିଡ଼ା ପ୍ରମୁଖ ଯୁବକ ମାନେ ସାମିଲ ଥିଲେ l