ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ମହାମାରୀ କରୋନାର ପ୍ରଭାବରେ ଓଡିଶାର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଥିବାରୁ ତଥା ଖଟିଖିଆ ଶ୍ରମିକ, ଉଠା ଦୋକାନୀ, ଗରିବ କୃଷକ ପରିବାର ଥତ୍ୟାଦିକୁ ସହାୟତା କରିବାଲାଗି ମୁଖ୍ୟମନ୍ତ୍ରୀଙ୍କ ନିବେଦନକ୍ରମେ ସହାୟତାର ହାତ ବଢାଇଛନ୍ତି ବହୁ ବ୍ୟକ୍ତି ଓ ସଂଗଠନ । ଜଳେଶ୍ୱର ଅଂଚଳରୁ ଏପରି ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଦୀର୍ଘ ବର୍ଷ ଧରି ସମାଜସେବାରେ ନିୟୋଜିତ ଥିବା ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଆଜି ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ପରିଷଦର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ସଂପାଦକ ଆଇନଜୀବୀ ରାମଚନ୍ଦ୍ର ଜେନା ଏହାର ସଦସ୍ୟମାନଙ୍କ ଠାରୁ ୧୦ହଜାର ଟଙ୍କା ସଂଗ୍ରହ କରି ଅନୁକମ୍ପା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଡିକୁ ପଠାଇଥିବାର ସାମ୍ବାଦିକ ମାନଙ୍କୁ ସେ ସୂଚନା ଦେଇଛନ୍ତି । ଗତ ୪ ଦିନ ଧରି କରୋନା ଲାଗି ଲକ୍ ଡାଉନ୍ ବେଳେ ସ୍ଥାନୀୟ ପ୍ରଶାସନକୁ ପରିଷଦ ପକ୍ଷରୁ ସହାୟତା ଯୋଗାଇବା, ରିଲିଫ କାର୍ଯ୍ୟକୁ ତ୍ୱରାନ୍ନିତ କରିବା, ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତି ବିଶେଷ, ଗରିବ, ନିସହାୟ ଓ ଦିବ୍ୟାଙ୍ଗଙ୍କୁ ଭୋଜନର ବ୍ୟବସ୍ଥା କରିଆସୁଛନ୍ତି । କେବଳ ଏତିକି ନୁହେଁ ପରିଷଦ ପକ୍ଷରୁ ଜଳେଶ୍ୱରର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ପ୍ରଶାସନକୁ ବିଭିନ୍ନ ସମୟରେ ସହଯୋଗ ଓ ଦିର୍ଗଦର୍ଶନ ଆସୁଛନ୍ତି ବୋଲି ସଂପାଦକ ଶ୍ରୀ ଜେନା କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା