

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକିଛି ଦିନ ହେଲା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମିବାରେ ଲାଗିଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଜିଲ୍ଲାରେ ସଂକ୍ରମଣ ଗ୍ରାଫ ତଳକୁ ଖସୁଛି । ତେବେ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବ ସେଥିଲାଗି ସରକାର ଓ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପ୍ରରିପେକ୍ଷୀରେ ଜିଲ୍ଲାବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି । ଏହାସହ ଅଟୋ, ବସ୍ କିମ୍ବା ଅନ୍ୟ କୌଣସି ଯାନ ବାହାନରେ ଯାତ୍ରୀ କରୁଥିବା ସମୟରେ ମାସ୍କ ନ ପିନ୍ଧିଥିବେ ତେବେ ସଂପୃକ୍ତ ଯାନର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହାସହ ଆଜି ଛତ୍ରପୁର ନିକଟ ଡିଆରଡି ଛକଠାରେ ପୋଲିସ ମୁତୟନ କରାଯାଇ ସମସ୍ତ ଯାନବାହନକୁ ଜିଲ୍ଲା ପାଳ ଚେକିଙ୍ଗୀ କରିଥିଲେ । ଏଥିରେ ତହସିଲଦାର ନୀଳମାଧବ ଭଇ, ଛତ୍ରପୁର ଉପଖଣ୍ଡ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


