ଜଳେଶ୍ୱର (ସମୃଦ୍ଧ ଓଡିଶା) ଚୀନରେ କରୋନା ପ୍ରଭାବିତ ଉହାନ୍ ଓ ହୁବେଇ ଅଂଚଳରେ ଚାକିରୀରେ ଯୋଗ ଦେଇଥିବା ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଉପାନ୍ତ ଗ୍ରାମ ବେଲି ଗୋପୀନାଥପୁର ବାସିନ୍ଦା ରବିନ୍ଦ୍ର କୁମାର ଦାସଙ୍କ ପୁଅ ଇଂ ଦୀପକ କୁମାର ଦାସ ଆତଙ୍କିତ ଭାବେ ଦୀର୍ଘ ୧ମାସ ଅତିବାହିତ କରି ଗାଁରେ ନିରାପଦ ଓ ସୁସ୍ଥ ଭାବେ ପହଞ୍ଚିଛନ୍ତି । କିନ୍ତୁ ସେ ଅଂଚଳର ଭୟାବହ ପରିସ୍ଥିତି ଏବେବି ତାଙ୍କ ମାନସପଟରେ ରହିଥିବାରୁ ସେ ଶିହରୀ ଉଠୁଛନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ଚୀନରେ ଆରମ୍ଭ ହୋଇଥିଲା ସ୍ପିଂଗ ଫେଷ୍ଟିଭେଲ । ଏହା ଆରମ୍ଭ ହେଲେ ଚାକିରୀଆ, ବ୍ୟବସାୟୀ ଘରକୁ ବାହୁଡି ଯାଆନ୍ତି । ଚଳିତବର୍ଷ ପରିସ୍ଥିତି ଜଟିଳ ଥିବାରୁ କରୋନା ପ୍ରଭାବିତ ଅଂଚଳକୁ ଯାତାୟାତ ବନ୍ଦ ହୋଇଯାଇଥିଲା । ଏପରିକି ପିଇବା ପାଣି ପାଇବା କଷ୍ଟସାଧ୍ୟ ହୋଇଥିଲା । ସେ ରହୁଥିବା ସ୍ଥାନରେ ଗୋଟିଏ ଦିନରେ ୨୦୦ ଲୋକ ଆକ୍ରାନ୍ତ ହେବାରୁ ଚାକିରୀ କରୁଥିବା ଏ କ୍ଲଉଡ ଏରା କମ୍ପାନୀ ଠାରୁ ଛୁଟି ନେଇ ଗାଁକୁ ଆସିବାକୁ ଚାହିଁଥିଲେ । କିନ୍ତୁ ଜାନୁଆରୀ ୩୦ତାରିଖରେ ଭାରତ-ଚୀନ ସମସ୍ତ ଗମନାଗମନ ବନ୍ଦ ହୋଇଯାଇଥିଲା । ସାଂଘାଇସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟକୁ ଭାରତ ଆସିବାପାଇଁ ଆସିବାପାଇଁ ଆବେଦନ କରିବାବେଳେ ୩୦୦ ଯାତ୍ରୀ ସେମାନଙ୍କ ଯାତ୍ରାପାଇଁ ୨ଲକ୍ଷ ଟଙ୍କା ଜମା କରିଥିଲେ । ଶେଷରେ ଫେବୃଆରୀ ୩ ତାରିଖରେ ଦିଲ୍ଲୀର ଇନ୍ଦିରାଗାନ୍ଧି ଆର୍ନ୍ତଜାତୀୟ ବିମାନ ବନ୍ଦରରେ ଟର୍ମିନାଲ-୩ରେ ଚୀନ ଇଷ୍ଟାର୍ଣ୍ଣ ଫ୍ଲାଇଟ ପହଞ୍ଚିବାରୁ ଗାଁକୁ ଫେରିପାରିବି ବୋଲି ତାଙ୍କର ଆଶା ଉଦୟ ହୋଇଥିଲା । ସେଠାରେ ତାଙ୍କୁ ପ୍ରାୟ ୩୦ ଘଣ୍ଟା ଧରି ୩୦୦ ଲୋକଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ କୋଠରୀରେ ରଖି ପରୀକ୍ଷା ନିରୀକ୍ଷା କଲାପରେ ଶେଷରେ ସେମାନେ ସୁସ୍ଥ ଅଛନ୍ତି ବୋଲି ଘୋଷଣ କଲାପରେ ଘରକୁ ଫେରିଥିଲେ । ପହଞ୍ଚିବାର ୧୦ଦିନ ପର୍ଯ୍ୟନ୍ତ ଫୋନରେ ବିଭିନ୍ନ ପ୍ରଶ୍ନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶ୍ନର ଉ ତ୍ତର ଦେବା ଓ ନିକଟସ୍ଥ ଜିକେଭଟ୍ଟର ହସ୍ପିଟାଲରେ ପରାମର୍ଶ କରିବାକୁ ଉପଦେଶ ଦିଆଯାଇଥିଲା । ଏକ ପରିସଂଖ୍ୟନରୁ ପ୍ରକାଶ, ଚିନରେ ପ୍ରାୟ ୧ଲକ୍ଷ ଭାରତୀୟ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିଆସୁଛନ୍ତି । ଏବେ ସେ ସବୁ ସ୍ଥାନରେ ବିଭିନ୍ନ ମଲ, ଦୋକାନବଜାର ବଂଦ ରହିଥିବାରୁ ଦିନ ଅତିବାହିତ କରିବା ଅତିବ କଷ୍ଟ ବୋଲି କହି ଛନ୍ତି । କମ୍ପାନୀର ପରାମର୍ଶ ଅନୁଯାୟୀ ଚୀନକୁ ନ ଫେରିବା ପାଇଁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରକାଶଯୋଗ୍ୟ ଗତ ୩ମାସ ତଳେ ସେ ଜଳେଶ୍ୱର ଅଂଚଳର ବିଶିଷ୍ଟ ବ୍ୟବସାୟୀ ସନ୍ତୋଷ କୁମାର ପ୍ରଧାନଙ୍କ ଝିଅକୁ ବିବାହ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା