ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରତିଷ୍ଠିତ ଭାଗବତ ତତ୍ତ୍ୱ ଯୋଗାଶ୍ରମର ପରିଚାଳକ ସନ୍ଥ ରଘୁନାଥ କହିଛନ୍ତି ଯେ ଗନ୍ଧମାର୍ଦ୍ଦନ ପାହାଡ ଉପରେ ଅନେକ ପ୍ରକାରର ଦୁର୍ଲିଭ ବନୌଷଧି ବୃକ୍ଷ ଭରପୁର ହୋଇ ରହିଛି । ଏପରିକି ସାରା ବିଶ୍ୱକୁ ସଙ୍କଟରେ ପକେଇ ଥିବା କରୋନା ଭାଇରସ ଭଳି ମହାମାରୀକୁ ପ୍ରତିହତ କଲା ଭଳି ବନୌଷଧି ଉପଲବ୍ଧ ରହିଛି । ଏହାର ଗବେଷଣା ହେବା ଆବଶ୍ୟକ, ବିଶେଷ ଭାବେ କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସନ୍ଥ କହିଛନ୍ତି । ଗନ୍ଧମାର୍ଦ୍ଦନ ପାହାଡ ଭିତରେ ୨ ହଜାରରୁ ଉର୍ଦ୍ଧ୍ଵ ବିଭିନ୍ନ ପ୍ରକାର ଜଡି ବୁଟି ବନୌଷଧିର ଭଣ୍ଡାର ରହିଛି । କଲିକତା, ବୋଟା ନିକାଲ ସର୍ଭେ ଅଫ ଇଣ୍ଡିଆର ତଥ୍ୟ ଅନୁୟାଯୀ ଉପଲବ୍ଧ ବନୌଷଧିରୁ ୨୫୬ ଶ୍ରେଣୀର ଗୁଳ୍ଳ ଦୁର୍ଲିଭ ଅଟେ ବୋଲି ସନ୍ଥ କହିଛନ୍ତି । ଦେଶର ଅନ୍ୟ ଠାରେ ପ୍ରାୟତଃ ଏହା ଉପଲବ୍ଧ ହୁଏ ନାହିଁ ବୋଲି ସନ୍ଥ ରଘୁନାଥ କହିଛନ୍ତି । ବିଭିନ୍ନ ପ୍ରକାରର ଦୁରାରୋଗକୁ ଭଲ କରିବାର ଅନେକ ପ୍ରକାରର ବିଧି ଭାଗବତ ପୁରାଣରେ ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି । ଭାଗବତକୁ ଆଧାର କରି ରୋଗ ଉପସମ କରିବା ପାଇଁ ସନ୍ଥ ରଘୁନାଥ ନୃସିଂହନାଥ ଠାରେ ଗତ ୧୦ ବର୍ଷ ହେବ ଭାଗବତ ତତ୍ତ୍ୱ ଆଶ୍ରମ ପ୍ରତିଷ୍ଠା କରିଛନ୍ତି ଓ ପ୍ରତି ମାସରେ ଏକ ଶିବିର ଅନୁଷ୍ଠିତ କରି ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଅନେକ ଆରୋଗ୍ୟ ହୋଇ ଏଠାରୁ ଫେରୁଛନ୍ତି ବୋଲି ସନ୍ଥ ରଘୁନାଥ ପ୍ରକାଶ କରିଛନ୍ତି ।
ରିପୋର୍ଟ – ନିରୋଜ କୁମାର ପାଣୀ