କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାମଚନ୍ଦ୍ରପୁର ଗ୍ରାମବାସୀଙ୍କ ଅଭିନବ ଉପାୟ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାମଚନ୍ଦ୍ରପୁର ଗ୍ରାମବାସୀଙ୍କ ଅଭିନବ ଉପାୟ ଆବୋରି ନେଇଥିବା ଦେଖିବାକୁ ମିଳିଛି । ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରି ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଏଥିପାଇଁ ୨୧ଦିନିଆ ଲକଡାଉନ ଜାରି କରାଯାଇଛି । ଦେଶରେ ସମସ୍ତ ଦେଶବାସୀ ବାହାରକୁ ନ ବାହାରି ସମ୍ପୂର୍ଣ୍ଣ ଭାବେ ଘରେ ରହିଲେ ଓ ସାମାଜିକ ଦୁତତ୍ୱ ଅବଲମ୍ବନ କଲେ ଏହା ପ୍ରତିହତ ହେବ ବୋଲି ସରକାର ପରାମର୍ଶ ଦେଇଛନ୍ତି । ଏହାସତ୍ତ୍ୱେ ବିଭିନ୍ନ ସ୍ଥାନରେ ଏହି ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରୁଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ କୈାଣସି ପ୍ରକାର ଗୁଜବ ଲୋକଙ୍କୁ ଆତଙ୍କିତ କଲା ଭଳି ଖବର ପ୍ରସାର କରୁଥିବା ଲୋକଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଏହାକୁ ଗାଁ ଗହଳିରେ ମାନିବା ସହ ବିଭିନ୍ନ ପ୍ରକାରର ଉପାୟ ପ୍ରସ୍ତୁତ କରୁଛନ୍ତି । ଯାହାକି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ସୂଚନା ଯୋଗ୍ୟ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ୧୨ ଘଣ୍ଟା ଭଜନ କୀର୍ତ୍ତନ କଲେ ଏହି ରୋଗ ଗାଁ’କୁ ମାଡିବ ନାହିଁ କିମ୍ବା କିଛି କ୍ଷତି କରିବ ନାହିଁ ବୋଲି କହିଛନ୍ତି । ଏହାପରେ ଗତକାଲି ସକାଳେ ଲୋକେ ଗାଁ ମୁଣ୍ଡରେ ଥିବା ମଣ୍ଡପରେ ଭଜନ କୀର୍ତ୍ତନ ଆରମ୍ଭ କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଗାଁ ଦାଣ୍ଡରେ ଦିନ ତମାମ ନିଜ ଗୋଡ଼ହାତ ବାନ୍ଦୀ ପଡି ରହିଥିଲେ । ଏଭଳି କରିବା ଦ୍ୱାରା ଠାକୁର ସନ୍ତୁଷ୍ଟ ହେବେ ଏବଂ ରୋଗରୁ ମୁକ୍ତି ମିଳିବ ବୋଲି ବିଶ୍ୱାସ କରି ଲୋକେ ଏହାକୁ କରିଥିଲେ । ଗାରାବନ୍ଦ ଥାନା ଠାରୁ ମାତ୍ର ୨ କିମି ଦୁରରେ ଥିବା ରାମଚନ୍ଦ୍ରପୁର ଗାଁରେ ଏଭଳି ଏକ କାରନାମା ଦିନ ତମାମ ଚାଲିଥିଲା । ତେବେ ପୋଲିସ କିମ୍ବା ପ୍ରଶାସନ ଏହାର ଟେରା ପାଇନଥିଲେ । ସୋସିଆଲ ମିଡ଼ିଆରେ ଏହା ଭାଇରଲ ହେଲା ପରେ ପୋଲିସ ଓ ପ୍ରଶାସନ ଏ ସମ୍ପର୍କରେ ଜାଣିଥିଲେ । ଏହାପରେ ଗାଁରେ ଗାରାବନ୍ଦ ପୋଲିସ ପହଞ୍ଚି ଏହାକୁ ବନ୍ଧ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଭଳି କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ରିପୋର୍ଟ – କୃଷ୍ଣ କୁମାର ବେହେରା