
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋବରଘଟା ପଞ୍ଚାୟତର ସମାଜସେବୀ ମହିଳା ସୁଚିସ୍ମିତା ଗିରି କରୋନା ସଂକ୍ରମଣ ଏଡାଇବା ପାଇଁ ସେ ପ୍ରଥମ ଦିନରୁ ହିଁ ଗ୍ରାମରେ ସଚେତନତା ସୃଷ୍ଟି ସହ ଖଡିଆ ସାହିରେ ଥିବା ଆଦିବାସୀମାନଙ୍କ ସେବାରେ ଲାଗିଥିବା ଜଣାଯାଇଛି । ଏପରିକି କରୋନା ଭୁତାଣୁ ଭାରତରେ ପ୍ରବେଶ କରିବା ଦିନଠାରୁ ନିଜେ ସେ ଅଞ୍ଚଳରେ ଥିବା ନାଳନର୍ଦ୍ଦମା ସଫାସୁତରା କରିବା, ବିଭିନ୍ନ ନଳକୂପ ସ୍ଥାନକୁ ସଫା କରିବା ସହିତ ନିଜସ୍ୱ ପାଣ୍ଠିରେ ବ୍ଲିଚିଂ ପକାଇବା, ଗ୍ରାମରେ ଜଣେ ଅସହାୟ ଅନ୍ଧ ବୃଦ୍ଧ ଗଙ୍ଗାଧର ପରିଡାକୁ ନିଜସ୍ୱ ଖର୍ଚ୍ଚରେ ରାସଗୋବିନ୍ଦପୁର ଆଖି ଚିକିତ୍ସାଳୟକୁ ନେଇ ଆଖି ଅସ୍ତ୍ରପୋଚାର କରିଥିବା ଜଣାଯାଇଛି । ଲକ୍ଡାଉନ୍ ସମୟରେ ଗ୍ରାମରେ ଥିବା ଗରିବ ଲୋକଙ୍କୁ ସ୍ଥାନୀୟ ବିଭିନ୍ନ ସ୍ୱୟଂ ସହାୟକ ଗୃପ, ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ସଦସ୍ୟଙ୍କ ଆର୍ଥୀକ ସହାୟତରେ ନିଜେ ରାନ୍ଧି ୨ଓଳି ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଆସୁଥିବା ଜଣାଯାଇଛି । ଏପରି କାର୍ଯ୍ୟଦ୍ୱାରା ସେ ନିଜେ ଉଦାହରଣ ପାଲଟିବା ସହିତ କେତେକ ସ୍ୱୟଂ ସହାୟକ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ଗୋଷ୍ଠୀ ସହାୟିକା ଭାବେ କାର୍ଯ୍ୟରତ ଅଛନ୍ତି । ମହିଳାଙ୍କ ଏପରି ପ୍ରୟାସକୁ ସାଧାରଣରେ ବହୁ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା