କରୋନା ଭୁତାଣୁ ସଂକ୍ରମଣ ମହାମାରୀ ପାଇଁ ଅନେକ ନିଜର ଜୀବିକା ହରାଇଛନ୍ତି । ଘରୁ ବାହାରିଲେ ଯାହାଙ୍କ ଚୁଲି ଜଳେ ଅଥବା ଯେଉଁ ଲୋକର କୌଣସି ସଞ୍ଚୟ ଧନ ନାହିଁ ସେଇଭଳି ଲୋକ ଏଥି ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି । ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ସମାଜସେବୀ ଏବଂ ଅନେକ ସଂସ୍ଥା ଲୋକଙ୍କ ସାହାର୍ଯ୍ୟ ପାଇଁ ଆଗକୁ ହାତ ବଢ଼ାଇଛନ୍ତି । ସାହାର୍ଯ୍ୟ କରିବା ସହ ସେମାନେ ଏହି ସାହାର୍ଯ୍ୟ କରୁଥିବା ସମୟର ଫୋଟୋ ଉଠାଇ ଏହାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି । ଯାହାକୁ ନେଇ ଏବେ ଖୁବ ଜୋରରେ ଚର୍ଚ୍ଚା ବଢିଛି । ବିଭିନ୍ନ ଲୋକଙ୍କ ବିଭିନ୍ନ ପ୍ରକାରର ମନ୍ତବ୍ୟ ରହୁଛି ଯଥା; ସାହାଯ୍ୟ କରି ଦେଖେଇ ହଉଛନ୍ତି, ଗରିବଙ୍କୁ ପରିହାସ, ଲୋକ ଦେଖାଣିଆ ସେବା, କେବଳ ଫୋଟୋ ପାଇଁ ସାହାର୍ଯ୍ୟ ଇତ୍ୟାଦି । ଏହା ଉପରେ ଛୋଟିଆ ମନ୍ତବ୍ୟଟି ରଖିବାକୁ ଚାହିଁବି । କିଛି ଲୋକ ବା ସଂସ୍ଥା ନିଜ ହାତରୁ ସାହାର୍ଯ୍ୟ କରିବା ସହ ଅନ୍ୟମାନଙ୍କଠୁ ମଧ୍ୟ କିଛି ଆର୍ଥିକ ସାହାଯ୍ୟ ଆଣିଥାନ୍ତି । ତେଣୁ ଯେଉଁ ଲୋକଟି ଆର୍ଥିକ ସାହାଯ୍ୟ କରିଛି ତା ମନରେ ଯେପରି ଦ୍ଵନ୍ଦ ନରହୁ ଯେ ମୋ ଦେଇଥିବା ଅର୍ଥର ଉପଯୋଗ ହୋଇଛି ବା ହୋଇନି ତେଣୁ ସେ ଫୋଟୋଟି ଦେଖିଲା ପରେ ସେ କରିଥିବା ସାହାଯ୍ୟର ଯାତାର୍ଥତା ଉପଲବ୍ଧି କରେ । କିଛି ବ୍ୟକ୍ତି ଯିଏ କି କିଛି ସାହାଯ୍ୟ ପାଇଁ ଇଛୁକ କିନ୍ତୁ କେଉଁଠି ଏବଂ କାହାକୁ ସାହାଯ୍ୟ କରିବେ ତାର ଗୋଟେ ମାଧ୍ୟମ ପାଇଥାନ୍ତି । ଏହି କଥାକୁ ମଧ୍ୟ ଏଡାଇ ଦିଆଯାଇପାରିବନି ଯେ କିଛି ବ୍ୟକ୍ତି ବିଶେଷ ଏହିଭଳି କାଯ୍ୟ କରୁଛନ୍ତି । ଲୋକ ଦେଖାଣିଆ ସେବା ତଥା ହୀନ ରାଜନୀତି ମାନସିକତା ରଖି ସେବା ପାଇଁ ବାହାରୁଛନ୍ତି କିନ୍ତୁ ତା ମାନେ ନୁହଁ ଯେ ଆମେ ସମସ୍ତ ସହାୟତା କରୁଥିଲି ବ୍ୟକ୍ତିଙ୍କୁ ସେଇ ଦୃଷ୍ଟିରେ ଦେଖିବା । ଆମ ମାନଙ୍କର ଯଥା ସମ୍ଭବ ଠିକ ଭୁଲ ବିଚାର କରିବାର କ୍ଷମତା ଅଛି । ତେଣୁ ଆମେ କାହାକୁ ଆକ୍ଷେପ କରିବା ପୂର୍ବରୁ ଆମକୁ ଭାବି ଚିନ୍ତି କାମଟି କରିବାକୁ ହେବ । ଆଉ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଯେଉ ବ୍ୟକ୍ତି ସହର୍ଯ୍ୟ ତ ଦୂରର କଥା ଲୋକଙ୍କ ଭଲ ମନ୍ଦ ବୁଝିବାକୁ କେବେ ଇଚ୍ଛା ପ୍ରକାଶ କରିନାହିଁ । ସୋସିଆଲ ମିଡ଼ିଆର ବ୍ୟବହାର ଦ୍ୱାରା ସେ ମଧ୍ୟ ଏକ ଅନଲାଇନ ସ୍ଵେଚ୍ଛାସେବୀ ହୋଇଯାଇଛି ଯାହାର କାମ କେବଳ ସମାଲୋଚନା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଅବ୍ରହାମ ଲିଙ୍କନ କହିଥିଲେ “ସମାଲୋଚନା କରିବାର ଅଧିକାର ସେହି ବ୍ୟକ୍ତି ପାଖେ ରହିଛି ଯାହାପାଖେ ସାହାର୍ଯ୍ୟ କରିବାର ମନୋବୃତି ରହିଛି “। ଏହି ଉକ୍ତିଟିର ସାରମର୍ମ ଲୋକଙ୍କୁ ବୁଝିବାକୁ ହେବ । କେବଳ ଘରେ ରହି ସମାଲୋଚନା ନ କରି ସାହାର୍ଯ୍ୟର ମନବୃତି ଆପଣେଇବାକୁ ହେବ । ଯଦି ଫୋଟୋ ଉଠିବା ଦ୍ୱାରା ଲୋକଙ୍କ କଲ୍ୟାଣ ହେଉଛି ୧୦ରୁ ୨୦, ୨୦ରୁ ୨୦୦ ସାହାଯ୍ୟର ହାତ ଆଗକୁ ଆସୁଛି ତାହାଲେ ସେଇଠି ଅସୁବିଧା ରହିଲା କେଉଁଠି ? କିନ୍ତୁ ଫୋଟୋ ଉଠିବା ମାନେ ଏହା ଭି ନୁହେଁ କି ଆମେ କାହାର ଦରିଦ୍ରତା କିମ୍ବା ଅସହାୟତାକୁ କଷ୍ଟ ପହଞ୍ଚାଇବାକୁ ତାହାକୁ ମଧ୍ୟ ବିଶେଷ ଦୃଷ୍ଟି ଦେବାକୁ ହେବ । ସେବା ଚାଲୁ, ସାହାଯ୍ୟ ଚାଲୁ, ଲୋକଙ୍କୁ ସାହାଯ୍ୟ ପାଇଁ ବାର୍ତା ପହଞ୍ଚାଯାଉ କିନ୍ତୁ ଗରିବ ଅସହାୟକୁ କଷ୍ଟ ନପହଞ୍ଚୁ ।
ବାସୁଦେବ ସେଠୀ,
ଆଇନଜୀବୀ,
ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ
Absulte…Right