କରୋନା ମୁକାବିଲାର ସମୀକ୍ଷା କଲେ ବିଧାୟିକା…

ବେଗୁନିଆପଡା (ସମୃଦ୍ଧ ଓଡିଶା) କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଗୁରୁବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ । ଏହି ସମୟରେ ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜାଳ ଭୂୟାଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦଶ ହଜାର, ଦିଗ।ପଡା ସରପଞ୍ଚ ପୂଜା ପରିଡ଼ା ମିଲ କାର୍ଯ୍ୟକ୍ରମକୁ ଦଶ ହଜାର, ସମାଜସେବୀ ଗୌରାଙ୍ଗ ଚରଣ ସାହୁ ମିଲକୁ ଦଶ ହଜାର ଓ ଜୋହନ ସ୍ୱାଇଁ ମିଲକୁ ଦୁଇ ହଜାର ଟଙ୍କା, କାଲିମେଖି ସରପଞ୍ଚ ମମତା ପୋଲ।ଇ ପାଞ୍ଚ ହଜାର, ସଂକୁଡ଼ା ସରପଞ୍ଚ ସନ୍ତୋଷ କୁମାର ସାହୁ ପାଞ୍ଚ ହଜାର, ବେରୁହାବାଡ଼ି ସରପଞ୍ଚ ନିଳାଞ୍ଚଳ ପାଢ଼ୀ ପାଞ୍ଚ ହଜାର ଟଙ୍କା ମିଲ କାର୍ଯ୍ୟକ୍ରମ ଉଦେଶ୍ୟରେ ବିଧାୟିକାଙ୍କୁ ପ୍ରଦାନ କରିଛନ୍ତି । ଏଥି ସହିତ ଖଣ୍ଡିଆନଈ ପଂଚୟତର କେତେଜଣକୁ ମିଲ କାର୍ଯ୍ୟକ୍ରମ ତରଫରୁ ପ୍ରଦାନ କରାଯାଇଥିବା କିଟକୁ ବିଧାୟିକା ପ୍ରଦାନ କରିଥିଲେ । ଏହାପରେ ସୁମଣ୍ଡଳ ପଂଚାୟତରେ ହୋଇଥିବା ସଂଘରୋଧ ଗୃହ ବୁଲି ଦେଖିଥିଲେ । ଏହି ସମୟରେ ବିଡିଓ ବେଦବର ପ୍ରଧାନ, ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରାଙ୍କ ସମେତ ସରପଞ୍ଚ, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ : ହରପ୍ରସାଦ ବିଷୋୟୀ