ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୧୯ତାରିଖ ବୁଧବାର ଦିନ ଗଞ୍ଜାମ ଜିଲ୍ଲାର ଲମ୍ବୋଦର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । କରୋନାରେ ମୃତ୍ୟୁବରଣ କରିଥିବା ହେତୁ ତାଙ୍କ ଶବ ଦାହରେ ଅସୁବିଧା ହୋଇଥିଲା । ଏହି ସମୟରେ ତାଙ୍କ ପରିବାର ଲୋକେ ବିଜେପି ଗଞ୍ଜାମ ଜିଲ୍ଲା ଦ୍ୱାରା ପରିଚାଳିତ ସହାୟ ଆପର ସାହାଯ୍ୟ ନେଇଥିଲେ । ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭାଇ, ଭୃଗୁ ବକ୍ସି ପାତ୍ର ଏବଂ କାଁହୁ ପତିଙ୍କ ପରାମର୍ଶ କ୍ରମେ ପୂର୍ବରୁ ତୟାର ଥିବା ସହାୟ ଆପର ମହାପ୍ରୟାଣ ଟିମ ଏନ ରାଜେନ୍ଦ୍ର କୁମାରଙ୍କ ନେତୃତ୍ୱରେ ରାମ କୁମାର ପାତ୍ର, କିରଣ କୁମାର ସାହୁ, ଭଞ୍ଜନଗର ନଗର ଅଂଚଳର ବରିଷ୍ଠ ବିଜେପି ନେତା ବିନାୟକ ତ୍ରିପାଠୀ, ସନ୍ତୋଷ କୁମାର ତିଆଡ଼ି, ଜଗଦୀଶ ପ୍ରଧାନ, କମଲ ପାତ୍ର ପ୍ରମୁଖ କରୋନା ନିୟମାବଳୀକୁ ମାନି ଏହି କାର୍ଯ୍ୟକୁ ସମ୍ପାଦିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟ ରଞ୍ଜନ ବେହେରା, ପ୍ରଦୀପ କୁମାର ବେହେରା, ପ୍ରଶାନ୍ତ ସେଠି, ରବୀନ କୁମାର ସାହୁ କିଶନ ମହାରଣା, ଚନ୍ଦନ ସାହୁ, ସୁଶାନ୍ତ ସାହୁ, ପ୍ରମୁଖ ସହଯୋଗ କରିଥିଲେ । ସହାୟ ଆପର ସଂଚାଳକ ଶିବ ପ୍ରସାଦ ପାତ୍ର, ଆମ୍ବୁଲାନ୍ସ ପରିଚାଳକ ରାଜୀବ କୁମାର ମିଶ୍ର ପ୍ରମୁଖ ସଂଯୋଜନା କରି ଏହି ମହତ କାର୍ଯ୍ୟକୁ ସମ୍ପାଦିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା