
ଭୁବନେଶ୍ବର (ସମୃଦ୍ଧ ଓଡିଶା) ଆଧାର ନମ୍ବର ସହିତ ପ୍ୟାନ୍ ନମ୍ବରକୁ ଲିଙ୍କ୍ କରିବା ପାଇଁ କେନ୍ଦ୍ର ସରକାର ଆହୁରି ସମୟ ଦେଇଛନ୍ତି । ଏହି ଆଧାର-ପ୍ୟାନ୍ ଲିଙ୍କ୍ ପାଇଁ ଅବଧି ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ଶେଷ ତାରିଖ ବୋଲି ଘୋଷଣା କରିଥିଲେ । କରୋନା ଭାଇରସ ସଂକ୍ରମଣ ବିପର୍ଯ୍ୟୟ ଯୋଗୁଁ ଆଧାର-ପ୍ୟାନ୍ ଲିଙ୍କର ଅବଧି ବଢ଼ାଇ ଦେଇ ଆୟକର ରିଟର୍ଣ୍ଣ ଦାଖଲ ୨୦୧୮-୧୯ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା (ଛତ୍ରପୁର)