ଜଳେଶ୍ୱର (ସମୃଦ୍ଧ ଓଡିଶା) ରୀତିଯୁଗୀୟ ତଥା ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜନ୍ମ ଜଳେଶ୍ୱରର ମୁଣୁତୁଣିଆ ଗାଁରେ ହୋଇଥିବାରୁ ସେଠାରେ ଥିବା କବି ପିଠରେ ପ୍ରତିବର୍ଷ ରାଜ୍ୟସ୍ତରୀୟ ଦୀନକୃଷ୍ଣ ଜୟନ୍ତି ପାଳିତ ହୋଇଥାଏ । ଦୀନକୃଷ୍ଣ ସ୍ମୃତି ପରିଷଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିତ ଆନୁକୂଲ୍ୟରେ କବିପୀଠଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କବିଙ୍କ ସ୍ୱକୀୟ ପ୍ରତିଭା, ପଦଲାଳିତ୍ୱ ଓ ଲେଖା ସଂପର୍କରେ ବିଶେଷଜ୍ଞ ମାନଙ୍କ ଦ୍ୱାରା ଆଲୋଚନା କରାଯାଇଥାଏ । କିନ୍ତୁ ଚଳିତବର୍ଷ କରୋନାର ପ୍ରଭାବ ଓ ସାମାଜିକ ଦୂରତ୍ୱକୁ ଲକ୍ଷ୍ୟ କରି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବା ସଂପର୍କରେ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଏପ୍ରିଲ ୨୬ ତାରିଖରେ କେବଳ କତିପୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ ସଂପର୍କରେ ସେ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା