
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରେ ଅଧିକ କରୋନା ପଜେଟିଭ୍ ବାହାରିବା ପରେ ଗତ ୨୦ତାରିଖରୁ ସଟ୍ଡାଉନ୍ ଓ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ କଣ୍ଟେନ୍ମେଣ୍ଟ ଜୋନ୍ରେ ତାଙ୍କର ସେବା ଯୋଗାଇବା ପାଇଁ ଯାଉଥିବା ବେଳେ ଜଳେଶ୍ୱର ହସ୍ପିଟାଲ ବାଇପାସ୍ ନିକଟ ପୋଲିସ୍ ବେରିକେଟ୍ ନିକଟରେ ତାଙ୍କୁ ଅଟକା ଯାଇଥିଲା । ସେଠାରେ ଉପସ୍ଥିତ ଥିବା ଆଇଆଇସି ଧନେଶ୍ୱର ସାହୁ ତାଙ୍କୁ ପରିଚୟ ପତ୍ର ଦେଖାଇବା କହିଥିବା ବେଳେ ତାର ବିଳମ୍ବ ହୋଇଥିଲା । କିଛି ସମୟ ପରେ ଅନ୍ୟଜଣେ ସ୍ୱାସ୍ଥ୍ୟକର୍ମୀ ସେଠାରେ ଉପସ୍ଥିତ ହୋଇ ତାଙ୍କୁ ସେଠାରୁ ନେଇ ଯାଇଥିଲେ । ମାତ୍ର ମହିଳା ଜଣଙ୍କୁ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ନେଇ ଗଣମାଧ୍ୟମକୁ ଜଣାଇବା ସହିତ ଏସ୍ଡିପିଓ, ଜିଲାପାଳ, ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ୫ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ କେନ୍ଦ୍ରମନ୍ତୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ଗୁରୁବାର କେନ୍ଦ୍ରମନ୍ତୀ ଶ୍ରୀ ଷଢଙ୍ଗୀ ରାଜ୍ୟ ଗୃହବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର, ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ପତ୍ର ଲେଖିଥିବା ଜଣାଯାଇଛି । ମାତ୍ର ଏ ସଂପର୍କରେ ଗତକାଲି ଏଡିସନାଲ ଏସ୍ପି ଜଳେଶ୍ୱର ଏସ୍ଡିପିଓ ଅଫିସ୍ରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା