ଭଞ୍ଜନଗର (ସମୃଦ୍ଧ ଓଡିଶା) ଅଦୃଶ୍ୟ ଶକ୍ତି କୋରନା ମହାମାରୀ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ବହୁ ଯୋଦ୍ଧା ଜନସାଧାରଣଙ୍କ ପାଇଁ ଲାଗି ପଡ଼ିଛନ୍ତି । ଆଉ ଏଭଳି ସ୍ଥିତିରେ ଆଜି ପୁଣି ଜଣେ କୋରନା ଯୋଦ୍ଧା ମୃତ୍ୟୁ ବରଣ କରିଛନ୍ତି । ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧୀନରେ ଥିବା ଜଗନ୍ନାଥ ପ୍ରଶାଦ ବ୍ଳକର ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଯ୍ୟରତ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ କୋରନା ରେ ମୃତ୍ୟୁ ବରଣ କରିଛନ୍ତି । ସେ ଏହି ମହାମାରୀ ସମୟରେ ଦୀର୍ଘ ଦିନ ଧରି ବରଗାଁ ଅଂଚଳବାସିଙ୍କୁ ଚିକିତ୍ସା ଯୋଗାଇ ଆସୁଥିଲେ । ଫଳରେ ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ପଡିଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ନିକଟରେ କୋରନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଟେଷ୍ଟ ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ହୋଇଥିବା ଆଣ୍ଟିଜେନ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ଆଜି ଭଞ୍ଜନଗର ପ୍ରଶାସନ ପକ୍ଷରୁ ତାଙ୍କୁ ମେଡ଼ିକାଲ ପରିସରରେ କୋରନା ଯୋଦ୍ଧା ରୂପେ ଗାର୍ଡ ଅଫ ଅନର ସଂମାନ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ମେଡିକାଲ ଅଧିକ୍ଷକ ସୀତଂସୁ ଶେଖର ଶତପଥୀ, ପୋଲିସ ଓ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ ।
ରିପୋର୍ଟ : ନିଲୁ ବିଷୋୟୀ