କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ଦାନ କଲେ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆ…

ଶେରଗଡ଼ (ସମୃଦ୍ଧ ଓଡିଶା) କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ଦାନ କଲେ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆ । ଯୁଦ୍ଧକାଳୀନ ଭିତ୍ତିରେ ଭୟାନକ ମହାମାରୀ କରୋନା ଦାଉରୁ ଉଦ୍ଧାର ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଦାଉ ଦାଉ ଖରା ଓ ବର୍ଷା ଝଡରେ ଦିନ ରାତି ଏକ କରି ସେମାନେ ଦୀର୍ଘ ୩୦-୩୫ ଦିନ ହେଲା ନିଜ ଘରକୁ ନଯାଇ ବାହାର ରାଜ୍ୟ ତଥା ଦେଶରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସୁବିଧା ଯୋଗାଇ ଦେବାକୁ ଅଣ୍ଟା ଭିଡିଥିଲେ ଓ ନିଜ ପରିବାର ପରି ସମ୍ପର୍କ, ଉତ୍ତମ ଖାଦ୍ୟ ଓ ରହିବା ପାଇଁ ନିରାପତ୍ତା ଯୋଗେଇ ଥିବାରୁ ଆଜି ସେମାନଙ୍କ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ସମୟରେ କରୋନା ଯୋଦ୍ଧାର ପ୍ରଥମ ଯୋଦ୍ଧା ଡେଙ୍ଗାପଦର ଗ୍ରାମପଞ୍ଚାୟତର ଜିଲାପାଳ ତଥା ସରପଞ୍ଚ ରାମକୃଷ୍ଣ ପୋଲାଇ ଓ କାର୍ଯ୍ୟରତ ଥିବା ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରି ଫୁଲମାଳ ସହ କାନ୍ଧରେ ଚାଦର ପକେଇ କରତାଲି ସହ ଗ୍ରାମର କାଳୀ ମନ୍ଦିର ଓ ଗଣେଶ ମନ୍ଦିର ନିକଟରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିବା ସହ ମନ୍ଦିରକୁ କିଛି ଟଙ୍କା ଦାନ କରିଥିଲେ । ଏଭଳି କାର୍ଯ୍ୟକୁ ବିଭିନ୍ନ  ମହଲରେ ପ୍ରସଂଶା କରାଯାଇଛି ।

ରିପୋର୍ଟ-ବିପ୍ଳବ ସେଠୀ