
ରାୟଗଡ଼ା (ସମୃଦ୍ଧ ଓଡିଶା) କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ସପ୍ତଗିରି ଉଲାକା କରୋନା ଯୋଦ୍ଧାଙ୍କୁ ସ୍ନମ୍ମାନ ଜଣାଇଛନ୍ତି । ସ୍ୱାସ୍ଥ୍ୟ କର୍ମୀ, ପୋଲିସ ବାହିନୀ ଓ କରୋନା ମୁକାବିଲା ସକାଶେ ପ୍ରାଥମିକ ସ୍ତରୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବହାନ କ୍ରମେ ଶ୍ରୀ ଉଲାକ ତାଙ୍କ ପତ୍ନୀଙ୍କ ସହ ରାୟଗଡ଼ା ସହରସ୍ଥିତ ନିଜ ବାସଭବନଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ସମସ୍ତେ ଏକଜୁଟ ହୋଇ କରୋନା ମୁକାବିଲା କଲେ ମହାମାରୀ ଠାରୁ ଲୋକଙ୍କୁ ରକ୍ଷା କରି ହେବ ଓ କରୋନା ବିରୋଧ ଯୁଦ୍ଧରେ ବିଜୟ ହାସଲ କରାଯାଇ ପାରିବ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ