ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ଦେଶରେ ବର୍ତ୍ତମାନ ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ, ନେତା, ଓ ସମାଜସେବୀ ଯେପରି କାହାକୁ ସମ୍ବର୍ଦ୍ଧନା ତ କାହାକୁ ମାସ୍କ, ଖାଦ୍ୟ ସାମଗ୍ରୀ ବଣ୍ଟନ କରି ଆସିଛନ୍ତି । ଏଭଳି ସମୟରେ ପୋଲିସ, ଡକ୍ଟର ଓ ଗଣମାଧ୍ୟମର ବହୁ ମହତ୍ୱ ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି । ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ସାନିଟାଇଜର ଛିଞ୍ଚନ କରିବା ଦ୍ୱାରା ବିଶୁଦ୍ଧିକରଣ ହେବ ବୋଲି ସମସ୍ତ ଅଗ୍ନିଶମ ବିଭାଗକୁ ସାନିଟାଇଜର ଛିଞ୍ଚନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ ଆମ ପାଇଁ କାର୍ଯ୍ୟ କରି ଢେଙ୍କାନାଳ ଜିଲ୍ଲାକୁ ବିଶୁଦ୍ଧିକରଣ କରୁଥିବାରୁ କରୋନା ଯୋଦ୍ଧା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ଚାଦର ଓ ମାସ୍କ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା