କରୋନା ସଂକ୍ରମଣ ସତର୍କତା ଲାଗି ଗ୍ରାମବାସୀ ବଦ୍ଧ ପରିକର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ପଂଚାୟତର ଶାଳିକୋଠା ଗ୍ରାମବାସୀ କରୋନା ସତର୍କତା ଲାଗି ଗାଁରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମକମିଟିର ସଭାପତି ଗଣେଶ ଚନ୍ଦ୍ର ପରିଡାଙ୍କୁ ସୂଚନା ଅନୁଯାୟୀ ପ୍ରତ୍ୟେକ ଗ୍ରାମବାସୀଙ୍କୁ କରୋନାର ଭୟାବହତା ଓ ଗ୍ରାମବାସୀଙ୍କ କର୍ତ୍ତବ୍ୟ ସଂପର୍କରେ ଜଣାଇ ଦିଆଯାଇଛି । ଗ୍ରାମର ପ୍ରଧାନ ରାସ୍ତା ଏକ ପ୍ରକାର ସୀଲ କରାଯାଇ ପ୍ରବେଶ ବେଳେ ଡେଟେଲ ଓ ସାବୁନ୍‌ର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତାରାପଦ ମହାନ୍ତିଙ୍କ ଦ୍ୱାରା ପ୍ରତି ପରିବାରକୁ ମାକ୍ସ ବଣ୍ଟନ କରାଯାଇଛି । ଚଳିତବର୍ଷ ଗ୍ରାମରେ ବାସନ୍ତୀ ପୂଜା ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱୟ ସହାୟତ ଗୋଷ୍ଠୀ, ଭିକାରୀ, ଦୈନିକ ଶ୍ରମିକ ଓ ଦିବ୍ୟାଙ୍ଗ ମାନଙ୍କୁ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତି ସଦସ୍ୟ ରାଜେନ୍ଦ୍ର ପାତ୍ର, ବିଭୁତି ଚରଣ ଖଟୁଆ, କାର୍ତ୍ତିକ ଜେନା, ବିଜୟ ପ୍ରଧାନ, କେଦାର ଗିରି ପ୍ରମୁଖ ପ୍ରତ୍ୟେକ୍ଷଭାବେ ରହି କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ରବିନାରାୟଣ ରଥ କରୋନା ସଂପର୍କରେ ସମସ୍ତଙ୍କୁ ସଚେତନ କରାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା