

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ପୁଲିସ୍, ଫାୟାର କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ପୁରୀ ରଥଯାତ୍ରାରେ ସେବା ପ୍ରଦାନ କରୁଥିବା ରଥଯାତ୍ରା କମିଟି, ମିଲିଟାରୀ ବାହିନୀ, ଓଏସ୍ଏଫ, ପ୍ରାକୃତିକ ଦୁର୍ବିପାକ ପରିଚାଳନା କମିଟିର ସଭ୍ୟଙ୍କ ସହିତ ପୁରୀ ଆରକ୍ଷୀ ଅଧିକ୍ଷକ କନୱାର ବର୍ଷାଳ ସିଂ, ଡିଏସ୍ପି, ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ରେଡବୁଲ ଏନାର୍ଜି ଡିଙ୍କସ୍ ବଣ୍ଟନ କରାଯାଇଛି । ଏପରି ଏନାର୍ଜି ଡ୍ରିଙ୍କସ୍ର ଆବଶ୍ୟକତା ସଂପର୍କରେ ସଚେତନତା କରାଯିବା ସହିତ ମାଗଣାରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱରର ଉଚ୍ଚ ଶିକ୍ଷିତ ଯୁବକ ଅଂଶୁମାନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍ପନ୍ଦନ ପ୍ରଧାନ, ବର୍ଷା ସିଂ, ମୌସୁମୀ ପ୍ରମୁଖ ସହାୟତା କରିଥିଲେ । ରେଡବୁଲର ଏପରି କାର୍ଯ୍ୟକ୍ରମକୁ ସବୁବର୍ଗରୁ ପ୍ରଶଂସା କରାଯାଇଥିଲା ।
ରିପୋର୍ଟ : ଭୂପତି ପରିଡା