କର୍କଟରେ ପୀଡିତ ଶିଶୁର ଚିକିତ୍ସା ପାଇଁ ବିଧାୟକ ଓ ରେଡ଼କ୍ରସର ସହାୟତା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମର ଜଣେ ୫ ବର୍ଷ ଶିଶୁ ଶ୍ରେୟାଂଶୁ ଦାସ କ୍ୟାନ୍ସରରେ ପୀଡିତ ଥିବା ବେଳେ ଲକ ଡାଉନ ଯୋଗୁଁ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବା ସମ୍ଭବ ହେଉ ନ ଥିବା ଓ ଆର୍ଥିକ ସ୍ୱଚ୍ଛଳ ନ ଥିବା ଯୋଗୁଁ ପରିବାର ଚିନ୍ତାରେ ବସିଛନ୍ତି । ଚିକିତ୍ସା ବେଳେ ଓଡ଼ିଶାର ଡାକ୍ତର ମୁମ୍ବାଇକୁ ଯିବା ପାଇଁ ସୁପାରିଶ କରିଛନ୍ତି । ସାରା ଦେଶରେ ଲାକଡାଉନ ଚାଲିଥିବା ଯୋଗୁଁ ଯିବାର ଆଶା ଛାଡ଼ି ଦେଇ ଚିନ୍ତାରେ ବସିଥିଲେ ପରିବାର ଲୋକ । ଏ ଖବର ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲଙ୍କ ନଜରକୁ ଆସିବା ପରେ ସେ ଜିଲ୍ଲାପାଳଙ୍କ ଅବଗତକୁ ନେଇଥିଲେ । ଫଳରେ ଜିଲ୍ଲା ପ୍ରଶାସନ ମୁମ୍ବାଇ ଯିବା ପାଇଁ ଅନୁମତି ଦେଇଛନ୍ତି ଏବଂ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩୦ହଜାର ସହାୟତା ଓ ବିଧାୟକ ବ୍ୟକ୍ତିଗତ ଭାବରେ ୨୫ହଜାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାସହ ସରକାରଙ୍କ ତରଫରୁ ଯାହା ବି ସାହାଯ୍ୟ ହୋଇ ପାରିବ ତାକୁ ମଧ୍ୟ କରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତ ପରିବାର ଲୋକ ଓ ଭାପୁର ଗ୍ରାମବାସୀଙ୍କ ତରଫରୁ ବିଧାୟକ ସୁଧୀର କୁମାର ସାମଲଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଜିଲ୍ଲା କୃଷକ ଜନତା ଦଳ ସଭାପତି ନରୋତ୍ତମ ସାହୁ ଓ ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା