

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କର୍ପୋରେସନ ରୋଡ଼ରେ ନ୍ୟୁ ବିରିୟାନୀ ସେଣ୍ଟରର ନୂଆ ରେସଟୁରାଣ୍ଟ ନବାବସ କିଚେନ ଉଦଘାଟିତ ହୋଇଯାଇଛି । ଏଥିରେ ଗ୍ରାହକଙ୍କୁ ସ୍ୱାଦିଷ୍ଟ ଆମିଷ ଓ ନିରାମିଷ ଖାଦ୍ୟ ଯୋଗାଇଦେବାକୁ ଏହି ନୂଆ ରେସଟୁରେଣ୍ଟ ଆରମ୍ଭ କରାଯାଇଥିବା ପ୍ରୋପାଇଟର କହିଛନ୍ତି । ଏଠାରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକଟି ଆଇଟମ ନିଆରା ଓ ସବୁଠୁ ଅଧିକ ସ୍ୱାଦିଷ୍ଟ ହେବ ବୋଲି ପ୍ରୋପାଇଟର ଏସ.ଏ.ରସିଦ କହିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏସ.ଏ.ସକିଲ, ଏସ.ଏ.ଖଲିଲ, ଏମଡି ଅହମ୍ମଦ ବେଗ, ସାୟଦ ଚାନା, ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ, ଉଦୟ ବେହେରା, ଟୁଙ୍ଗୁ, ଲଳିତ ମଙ୍ଗରାଜ, ହାପି ପାଢ଼ୀ, ଏସ. କେ. ସମୀର, ପି. ଦୀନେଶ କୁମାରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


