

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରଖ୍ୟାତ ନୃତ୍ୟ ଗୁରୁ ଅମ୍ରିତା ଦାସ ନୃତ୍ୟବାସ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ପ୍ରେରଣା ଶ୍ରୀ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ନୃତ୍ୟ ଉତ୍ସବ କଲିକତାର ଆଲିପୁରଦ୍ଵାରର ମୁନିସିପାଲଟି ଅଡ଼ିଟେରିଅମ ଠାରେ ଅଗଷ୍ଟ ୩ ଓ ୪ ଦୁଇ ଦିନ ଧରି ଅନୁଷ୍ଠିତ କରାଯାଇଥିଲା । ସେଥିରେ ଗଞ୍ଜାମ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ କେଦାର ପାଣିଗ୍ରାହୀଙ୍କ ମାଁ ବୁଢ଼ୀ ଠାକୁରାଣୀଙ୍କ ଗୀତାରେ ଲୋକନୃତ୍ୟ ରଣପା ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ସୁନାମଧନ୍ୟ କଳାକାର ସମୀର କୁମାର ବେହେରା ଓ ଦିବାକର ବିଷୋୟୀ ପରିବେଷଣ କରି ଦର୍ଶକ ଓ ବିଚାରକଙ୍କ ମନକୁ ଜିଣି ପାରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ଭାବେ ଚୋଚବିହାର ୟୁନିଭରସିଟିର ଭାଇସଚାନ୍ସଲେର (Vice Chancellor, Coochbehar University)ଡା. ଦେବ କୁମାର ମୁଖୋପାଣ୍ଡେ ଏବଂ ତବଲା ଗୁରୁ ପଣ୍ଡିତ ପ୍ରସ୍ନଜିତ ପୋଡାରଙ୍କ ଦ୍ୱାରା ସମ୍ମାନିତ କରିଥିଲେ । ଏ ଦୁଇ କଳାକାରଙ୍କୁ ଛତ୍ରପୁର ଜନସାଧାରଣ ମାନଙ୍କ ପକ୍ଷରୁ ମଧ୍ୟ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
