
ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟିରେ ପୁଣି ଏକ ବସ ଓ ଟ୍ରକ ମଧ୍ୟରେ ଭୀଷଣ ଧକା ହୋଇଛି । ଦୁର୍ଘଟଣାଗ୍ରସ୍ତ ବସଟିର ନାମ ବଡ଼ପଣ୍ଡା । ମିଳିଥିବା ସୂଚନା ମୁତାବକ ବସଟି ବ୍ରହ୍ମପୁରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଗତକାଲି ମଧ୍ୟ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ୫ଜଣ ଲୋକ ଆହତ ହୋଇଛନ୍ତି । ଆହତ ଲୋକ ମାନଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ : ନିଲୁ ବିଷୋୟୀ