

ଭଞ୍ଜନଗର (ସମୃଦ୍ଧ ଓଡିଶା) କଳିଙ୍ଗା ଘାଟିରେ ରବିବାର ବିଳମ୍ବିତ ରାତିରେ ଏକ ଆମ୍ବ ବୋଝେଇ ପିକଅପ ଭ୍ୟାନ ଓଲଟି ଯାଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ରାଇକିଆରୁ ଆମ୍ବ ବୋଝେଇ ହୋଇ ଛତିଆବଟ ଯାଉଥିବା ସମୟରେ ଦୁର୍ଘଟଣା ଗସ୍ତ ହୋଇଛି । ଘାଟିରେ ତଳକୁ ଖସିବା ସମୟରେ ହଠାତ ପିକଅପ ଭ୍ୟାନର ବ୍ରେକ ଫେଲ ହୋଇଥିଲା ଫଳରେ ଗାଡି ଚାଳକ ବିଶ୍ୱନାଥ ସାମଲ (୩୨) ଗୁରୁତର ଆହତ ହୋଇଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡିଚାଳକଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
ରିପୋର୍ଟ – ନିଲୁ ବିଷୋୟୀ