ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ନୈତିକ ଅବକ୍ଷୟ ଘଟୁଛି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ପିତାମାତା ଓ ଗୁରୁଜନଙ୍କୁ ସମ୍ମାନ ମିଳୁନାହିଁ । ଏହା ବ୍ୟତିତ ଯୌଥ ପରିବାର ନଷ୍ଟଭ୍ରଷ୍ଟ ହୋଇଥିବାରୁ ପାରିବାରିକ ଶିକ୍ଷା ମଧ୍ୟ ବିପର୍ଯ୍ୟସ୍ତ ହୋଇଛି । ଏଥିପାଇଁ ସୁ-ଶିକ୍ଷା ଆବଶ୍ୟକ ବୋଲି ଆଜି କସ୍ତରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କହିଛନ୍ତି । ଆଦିବାସୀ ଅଧ୍ୟୁସିତ ରାଇବଣିଆ ଅଂଚଳରେ କସ୍ତରବାଗାନ୍ଧୀ ବାଳିକା ବିଦ୍ୟାଳୟ ୧୩ବର୍ଷ ଧରି କାର୍ଯ୍ୟ କରି ଆସୁଛି । ଆଜି ଏହାର ବାର୍ଷିକ ଉତ୍ସବ ପାଳନ ଅବସରରେ ଜଳେଶ୍ୱରର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥିଭାବେ ବାଲେଶ୍ୱର ଜିଲ୍ଲାପାଳ ଯୋଗଦେଇ ସାମ୍ପ୍ରତିକ ସମାଜରେ ସୁ-ଶିକ୍ଷାର ଆବଶ୍ୟକତା ରହିଛି, ଆଜିର ଛାତ୍ରଛାତ୍ରୀ ଆସନ୍ତା କାଲିର ନାଗରିକ ହେଉଥିବାରୁ ସେମାନଙ୍କ ଉପରେ ଦେଶର ଭବିଶ୍ୟତ ନିର୍ଭରଶୀଳ, ଯୌଥ ପରିବାରର ଶିକ୍ଷାର ଅବକ୍ଷୟ ହୋଇଥିବାରୁ ଭାରତୀୟ ସଂସ୍କୃତିରେ ପିତାମାତା ଓ ଶିକ୍ଷକମାନଙ୍କ ପ୍ରତି ସମ୍ମାନ କମିଛି, ଶିକ୍ଷାର ମାନଦଣ୍ଡ ବୃଦ୍ଧି ହେଲେ ଏକ ଦେଶ ବା ଯାତି ଶ୍ରେଷ୍ଠତ୍ୱ ବଜାଇ ରଖିବ ବୋଲି ଶ୍ରୀ ରାଉତ ପ୍ରକାଶ କରି ପ୍ରତ୍ୟେକଙ୍କର କାର୍ଯ୍ୟକଳାପ ମୃତ୍ୟୁ ବେଳକୁ ବାରି ହୋଇପଡିଥାଏ, ପ୍ରତିଯୋଗୀତା ଲାଗି ରହିଥିବାରୁ ଛାତ୍ରଛାତ୍ରୀ ମଧ୍ୟ ସୁ-ସପ୍ନ ଦେଖିବା ଉଚିତ୍ ବୋଲି ସେ କହିଥିଲେ । ଅନ୍ୟତମ ଅତିଥିଭାବେ ଜଳେଶ୍ୱର ବିଧାୟକ ତଥା ରାଜ୍ୟ ସୀମା ସୁରକ୍ଷା କମିଟୀର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ୨୦୦୫ ମସିହାରେ ତତଥକାଳୀନ ରାଜ୍ୟ ଓ ଜିଲା ପ୍ରଶାସକଙ୍କୁ ସେ ଦେଇ ଥିବା ପ୍ରସ୍ତାବ ଅନୁଯାୟୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଦିବାସୀ ଅଧ୍ୟୁସୀତ ରାଇବଣିଆରେ ପ୍ରତିଷ୍ଠା କରାଯାଇଥିଲା । ବିଦ୍ୟାଳୟର ବିକାଶ ଲାଗି ତାଙ୍କେର ସହାନୁଭୁତି ଓ ସାହାଯ୍ୟ ରହିଛି ଓ ରହିବ କିନ୍ତୁ ଏଭଳି ଏକ ବିଦ୍ୟାଳୟକୁ ସବୁସ୍ତରର ସହାନୁଭୁତି ଓ ସାହାଯ୍ୟ ରହିବା ଆବଶ୍ୟକ ବୋଲି ଏନ୍ତୁଡିର ଚିଆଁଠାରୁ ଶ୍ମଶାନର ନିଆଁ ପର୍ଯ୍ୟନ୍ତ ସୀମିତ ସମୟ ମଧ୍ୟରେ ପ୍ରତ୍ୟେକେ ପରିବାର, ଗ୍ରାମ, ଦେଶ ଓ ଜାତିପାଇଁ କିଛି କରିବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଡିପିସି ସୁରେନ୍ଦ୍ର ନାଥ ସଂଖୁଆ, ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ତହସିଲଦାର ଅଭିମନ୍ୟୁ ପଣ୍ଡା, ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶତର କୁମାର ଚାନ୍ଦ, ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ, କସ୍ତରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷାକ ନିବେଦିତା ନାୟକ, ପୂର୍ବତନ ବିଆର୍ସିସି କପିଳେଶ୍ୱର ମହାନ୍ତି ସୁ-ଶିକ୍ଷାର ଆବଶ୍ୟକତା ଏବଂ ଦେଶର ବିକାଶରେ ତାହା କିପରି ସହାୟକ ହୋଇପାରେ ବୋଲି କହିଥିଲେ । ଯୋଗେଶ ଚନ୍ଦ୍ର ରାଉଳ ମଂଚ ଅହ୍ୱାନ କରିଥିବା ବେଳେ ଶିକ୍ଷୟତ୍ରୀ ରଂଜନା ମହାନ୍ତି ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଶଣ କରିଥିବା ବେଳେ ସିଆର୍ସିସି ପ୍ରମୋଦ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପର୍ରିପେୟକ୍ଷୀରେ କୃତିତ୍ୱ ଅର୍ଜନ କରିଥିବା ପୂର୍ବତନ ଛାତ୍ରୀ ସାରଥି ବେହେରା, ଫୁଲମଣୀ ମୁର୍ମୁ, ମାନସି ସିଂ, ରତି ସରେନ୍, ହିରାମଣି ଟୁଡୁ, ରିନାର ମୁର୍ମୁଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଏବିଇଓ ଲଲାଟେନ୍ଦୁ ଜେନା ଓ ସିଆର୍ସିସି ପଂକଜ କୁମାର ଜେନା ବିଦ୍ୟାଳୟର ଶିକ୍ଷୟତ୍ରୀ ଓ କର୍ମଚାରୀ ଓ ଗ୍ରାମବାସୀମାନେ ଏହି କାର୍ଯ୍ୟ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା