ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହା ଶ୍ରାବଣ ମାସରେ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଚନ୍ଦ୍ରଶେଖର, କପିଳାଷ ଠାରେ ବ୍ଲଡ଼ ଡୋନର କାଉନସିଲର ଆନୁକୂଲ୍ୟରେ ତ୍ରିକାଳ ସେବା ସଂଘ ସହାୟତାରେ ପ୍ରାଥମିକ ସେବା ଶିବିର ଓ ରନ୍ଧା ଖାଦ୍ୟ ବିତରଣ ମାସର ୪ଟି ରବିବାର କାଉଡିଆଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫେଡେରେସନ ଅଫ ଇଷ୍ଟଆନ ବ୍ଲଡ଼ ଡୋନର ଅର୍ଗାନାଇଜେସନର ଜାତୀୟ ଉପସଭାପତି ପ୍ରଶାନ୍ତ କୁମାର ଦାଶ ଓ ଫାର୍ମାସିଷ୍ଟ ପ୍ରସନ୍ନ ରାୟଙ୍କ ତତ୍ତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା । ଏଥିରେ ଖାଦ୍ୟ ପରିବେଷଣ ଓ ବିଭିନ୍ନ ସେବାରେ ରମେଶ ପୋଦାର, ବଦ୍ରୀନାଥ ଉପାଧ୍ୟକ୍ଷ, ସଂଗ୍ରାମ ରାୟ, ମାନସ ସାହୁ, ଟୁକୁନା ପୃଷ୍ଟି, ଅଜୟ ସାହୁ, ତାପସ, ପ୍ରେମ ସ୍ୱରୂପ, ଦିଲୁ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଶିବିର ୨୦ ବର୍ଷ ହେବ କପିଳାଷ ଠାରେ ସେବା ପ୍ରଦାନ କରି ଆସୁଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି