

ପାରଳାଖେମୁଣ୍ଡି (ସମୃଦ୍ଧ ଓଡ଼ିଶା) ଖ୍ରୀଷ୍ଟମାସର ପ୍ରଥମ ପର୍ବ କାଣ୍ଟା ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ପାରଳାଖେମୁଣ୍ଡି ହାଇଟେକ୍ ପ୍ଲାଜାରେ ଆଜି ସନ୍ଧ୍ୟାରେ ରଙ୍ଗାରଙ୍ଗ ସମାବେଶ କାଣ୍ଟା ଉତ୍ସବ ଅତି ଆନନ୍ଦର ସହକାରେ ନୃତ୍ୟ ଓ ଗିତର ତାଳେତାଳେ ପାଳନ କରାଯାଇଛି । ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡଃ.ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖ୍ରୀଷ୍ଟିଆନ ଭାଇ ଭଉଣି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କାଣ୍ଟା ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଚାଇନା ନୃତ୍ୟ ଦର୍ଶକଙ୍କ ମନକୁ ମୋହି ନେଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁଧାକର ରଇତ, ନିବେଦିତା ଦେବୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ହାଟେକର ସୁର୍ଯ୍ୟ ନାରାୟଣ ପାତ୍ର, କୃଣ୍ଣ କୁମାର ବେହେରା କାର୍ଯ୍ୟକ୍ରମକୁ କରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ୧ହଜାରରୁ ଉର୍ଦ୍ଧ ଖ୍ରୀଷ୍ଟଧର୍ମାବଲମ୍ବି ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
