ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନା ଗ୍ରାମର ଗ୍ରାମ୍ୟରାସ୍ତା ଏବେ ମରଣ ଯନ୍ତାରେ ପରିଣତ ହୋଇଛି । ସହରଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ଏହି ଗାଁ ପ୍ରତି ପ୍ରଶାସନର କୌଣସି ଦୃଷ୍ଟି ନ ପଡିବା ଫଳରେ ଏବେ ସାମାନ୍ୟ ମୌସୁମୀ ବର୍ଷାରେ ଗ୍ରାମ୍ୟ ରାସ୍ତାଟି ବେହାଲ ହୋଇଥିବା ଜଣାଯାଇଛି । ଗ୍ରାମର ହରେନ୍ଦ୍ର ଜେନାଙ୍କ ଘରଠାରୁ ହିମାଂଶୁ ସାମଲ ଘର ପର୍ଯ୍ୟନ୍ତ ଏବଂ ବିମ୍ବାଧର ବେହେରା ଘରଠାରୁ ସୁଧୀର ସାମଲଙ୍କ ଘର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସୋଚନୀୟ ହୋଇ ପଡିଛି । ପୂର୍ବରୁ ବିଡିଓ ଓ ବିଧାୟକଙ୍କୁ ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ହୋଇନଥିବାରୁ ଆଜି ଗ୍ରାମର ସୁଧିର କୁମାର ସାମଲ, ନରେନ୍ଦ୍ର ନାଥ ସାମଲ, ଦେବଜିତ୍ ସାମଲ, ସରସ୍ୱତୀ ଜେନା, ଅଧିର କୁମାର ସାମଲ, ସୁଧାଂଶୁ ସାମଲ, ବସନ୍ତ ଜେନା ପ୍ରମୁଖଙ୍କ ସମେତ ବିଡିଓ, ଜିଲାପାଳ, ବିଧାୟକ, ସାଂସଦଙ୍କୁ ଲିଖିତ ଭାବେ ଜଣାଇ ଏହାର ପ୍ରତିକାର କରାଯିବାକୁ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା