

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଇଗଣ ବାଡିଆ ଗ୍ରାମ୍ୟ ରାସ୍ତା କାଦ ପଚପଚ ହୋଇଥିବାରୁ ଅସନ୍ତୋଷ ବଢି ଚାଲିଛି । ଗାଁ ପକ୍ଷରୁ ବହୁବାର ବିଡିଓ ଓ ଜିଲାପାଳଙ୍କୁ ଲିଖିତଭାବେ ଦିଆଯାଉଥିଲେ ମଧ୍ୟ ଏହାର କୌଣସି ସୁଧାର ଆସିନାହିଁ । ଏହି ରାସ୍ତାରେ ଗ୍ରାମ୍ୟଲୋକମାନେ ଗାଁ ବାହାରକୁ ଯିବା, ଜମି କ୍ଷେତକୁ ଯିବା, ଏପରିକି ନିଜ ପଂଚାୟତରୁ ଖୁଲୁଡା, ଖାଲିନା ପଂଚାୟତକୁ ଯିବାଲାଗି ବ୍ୟବହାର କରିଥାନ୍ତି । ଏଥିପ୍ରତି କେହି କର୍ଣ୍ଣପାତ କରୁନଥିାରୁ ଗାଁର ଏକ ସ୍ୱେଚ୍ଛାସେବି ଅନୁଷ୍ଠାନ ଆହ୍ୱାନ ପକ୍ଷରୁ ଭଂଗା ଇଟା ନେଇ କାଦୁଅ ହେଉଥିବା ସ୍ଥାନରେ ପକାଇ ରାସ୍ତା ମରାମତି କରିବେ ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା