


ବ୍ରହ୍ମପୁର (ସମୃଦ୍ଧ ଓଡିଶା) କାନପୁର କାହ୍ନେଶ୍ୱର ଶିବ ମନ୍ଦିର କମିଟି ତରଫରୁ ମହାମାରି କରୋନା ଭାଇରସ ପାଇଁ ଏକ ସଚେତନନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ କରୋନା ଦାଉରୁ ନିଜକୁ କିପରି ରକ୍ଷା କରିବେ ଓ ଅନ୍ୟମାନଙ୍କୁ କିପରି ସଚେତନ କରିବେ ସେ ବିଷୟରେ ଆଲୋକପାତ କରାଯାଇଥିଲା । ମନ୍ଦିର କମିଟି ତରଫରୁ ଲୋକମାନଙ୍କୁ ମାକ୍ସ ଯୋଗାଇ ଦିଆଯାଇଥିଲା ଓ ଯେଉଁମାନେ ମାକ୍ସ ପିନ୍ଧିଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯକ୍ରମକୁ ମନ୍ଦିର କମିଟିର ସଭାପତି ନିଳମଣି ଧଳ, ସମ୍ପାଦକ ଶଶିଭୁଷଣ ଜେନା, ସକ୍ରିୟସଭ୍ୟ ଶତୃଘନ ରାଉତ, ଅନ୍ତର୍ଯ୍ୟାମୀ ରାଉତ, ବସନ୍ତ ଧଳ, ବସନ୍ତ ମହାରଣା, ଉତ୍ତମ ବେହେରା, ଶତୃଘନ ମହାରଣା, ବିଜୁ ଧଳ, ବଳରାମ ରାଉତ, ଚୈତନ୍ୟ ମହାପାତ୍ର, କମଳା କାନ୍ତଧଳ, ଉପେନ୍ଦ୍ର ବେହେରା, ପୁର୍ଣଚନ୍ଦ୍ର ଜେନା, ଅଭିରାମ ରାଉତ, ସର୍ବପରି ବିଜୟ କୁମାର ଜେନା ପରିଚାଳନା କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ



