କାର୍ତ୍ତିକ ମାସରେ ବୃକ୍ଷରୋପଣ କରି ଧର୍ମ ଅର୍ଜନ କରନ୍ତୁ:ରାଜ୍ୟପାଳ…

ବିଜୟୱାଡା (ସମୃଦ୍ଧ ଓଡିଶା) କାର୍ତ୍ତିକ ମାସ ଭଳି ପବିତ୍ର ମାସରେ ବୃକ୍ଷରୋପଣ କରି ପରିବେଶକୁ ସୁରକ୍ଷା ଦେବା ସହ ମାନବ ଜାତିର ଧର୍ମ ଅର୍ଜନ କରିବା ନିହାତି ଆବଶ୍ୟକ ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ କହିଛନ୍ତି । ଗତକାଲି ରାଜଭବନ ପରିସରରେ ବୃକ୍ଷରୋପଣ କରି ରାଜ୍ୟର ସମସ୍ତ ଖରାପ ପରିବେଶକୁ ମୂଳ ଉତ୍ପାଟନ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୃକ୍ଷରୋପଣ ମାଧ୍ୟମରେ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ଆହ୍ୱାନ ଦେଇ ଆସୁଛନ୍ତି । ବୃକ୍ଷରୋପଣ କରି ଭୁପୃଷ୍ଠକୁ ସବୁଜ ସୁନ୍ଦର କଲେ ପରିବେଶ ସୁରକ୍ଷିତ ରହିବା ସହ ମାନବ ଜାତିର ଜୀବିକା ନିର୍ବାହରେ ସୁରକ୍ଷା ମିଳିଥାଏ । ତୁଳସୀ ଭଳି ବିଭିନ୍ନ ଔଷଧ କରଣୀୟ ଗଛ ରୋପଣ କରି ମନୁଷ୍ୟ ସମାଜକୁ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସହଯୋଗ ମିଳିଥାଏ । ସେଥିପାଇଁ ଯେହେତୁ ବିଭିନ୍ନ ଗଛ ମାଧ୍ୟମରେ ସବୁ ପ୍ରକାରର ରୋଗ ଉତ୍ପାଟନ କରାଯାଇଥାଏ । ତେଣୁ ଔଷଧ କରଣୀୟ ଗଛ ଗୁଡିକୁ ରୋପଣ କରିବା ମଧ୍ୟ ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଥିଲେ । ପରିବେଶ ସୁରକ୍ଷା ରହିଲେ ମଣିଷ କ୍ରମଶଃ ରୋଗ ମୁକ୍ତ ହୋଇଥାଏ । ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ସବୁଜ ଅଭିଯାନ ନିହାତି ଆବଶ୍ୟକ । ତେଣୁ କାର୍ତ୍ତିକ ମାସ ଭଳି ଧର୍ମ ମାସରେ ସମସ୍ତେ ବୃକ୍ଷରୋପଣ କରି ଧର୍ମ ଅର୍ଜନ କରିବା ଆବଶ୍ୟକ ବୋଲି ରାଜ୍ୟବାସୀଙ୍କୁ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ପରାମର୍ଶ ଦେଇଥିଲେ ।

ରିପୋର୍ଟ : ଗୌରୀ ଶଙ୍କର