ରାୟଗଡା (ସମୃଦ୍ଧ ଓଡିଶା) କେନ୍ଦ୍ରପଡାରେ କାର୍ଯ୍ୟରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ପ୍ରତି ସାଂସଦ ଅନୁଭବ ମହାନ୍ତିଙ୍କ ଅଶାଳୀନ ମନ୍ତବ୍ୟ ଓ ର୍ଦୁବ୍ୟବହାର ପ୍ରତିବାଦରେ ରାଜ୍ୟବ୍ୟାପି ପ୍ରତିକ୍ରିୟା ଦେଖା ଦେଇଥିବାବେଳେ ଆଜି ରାୟଗଡାରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଇଛି । ସାମ୍ବାଦିକଙ୍କୁ ସାଂସଦଙ୍କ ର୍ଦୁବ୍ୟବହାର ପ୍ରତିବାଦରେ ରାୟଗଡାର ସମସ୍ତ କାର୍ଯ୍ୟରତ ସାମ୍ବାଦକ ଏକଜୁଟ ହୋଇ ପିଡବ୍ଳୁଡି ବଙ୍ଗଡାରୁ ଏକ ନୀରବ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ସାଂସଦଙ୍କ ଏଭଳି ଆଚରଣର ନିନ୍ଦା କରାଯିବା ସହ ସାମ୍ବାଦିକ ମନୋଜ ସ୍ଵାଇଁଙ୍କୁ ସୁରକ୍ଷା ଓ ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଦାବୀପତ୍ର ଗ୍ରହଣ କରିବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ