

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଥାନା ସମ୍ମୁଖ ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଅପରାହ୍ନ ୪ ଟା ବେଳେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶରୁ ୟୁପି ଯାଉଥିବା
୮୪ ଟି ୦୩୦୬ ନମ୍ବର ବିଶିଷ୍ଟ ଏକ ଆମ୍ବ ବୋଝେଇ ଟ୍ରକ ସହ ଓଆର୦୭ବି ୬୭୧୭ ନମ୍ବର ବିଶିଷ୍ଟ ଏକ ମାରୁଟି ସୁଜିକି କାର ହଠାତ ଧକ୍କା ହୋଇଥିଲା । ଫଳରେ କାର ଆରୋହିଙ୍କୁ ରକ୍ଷା କରିବାକୁ ଯାଇ ଟ୍ରକ ଡ୍ରାଇଭର ଟ୍ରକଟିକୁ ଡିଭାଇଡରରେ ଚଢାଇ ଦେଇଥିଲେ । ଫଳରେ କାର ସମ୍ମୁଖ ଭାଗରେ ଟ୍ରକଟି ମାଡ଼ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା । ଏଥିରେ ଉତ୍ତର ପ୍ରଦେଶର ଟ୍ରକ ଡ୍ରାଇଭର ସୁବାଷ ଚନ୍ଦ୍ର(୪୫), ହେଲପର ଉସୁର ଦୟାଲ(୪୦) ଓ କାର ଡ୍ରାଇଭର ଆହତ ହୋଇ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି ଘଟଣା ସ୍ଥଳରେ ଗଂଜାମ ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


