

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ) ୧୬ ବର୍ଷରୁ କମ୍ ବାଳକ ଏବଂ ବାଳିକା ଚମ୍ପିୟନସିପ୍ ୨୦୧୮ ଆସନ୍ତା କାଲି ଅର୍ଥାତ ୧୭ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିିତ ହେବ।ସେହିଭଳି ୨୪ ଓ ୨୫ ଦୁଇଦିନ ଭେଟେରାନ୍ ୪୦,୫୦ ଏବଂ ୬୦ ପ୍ଲସ୍ ଡବଲ୍ସ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ । ଓଡ଼ିଶା ଟେନିସ୍ ଆସୋସିଏସନ୍ର ତତ୍ୱାବଧାନରେ ଏବଂ ଗଂଜାମ ଜିଲ୍ଲା ଟେନିସ୍ ଆସୋସିଲସନ୍ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟ ବ୍ରହ୍ମପୁର ୟୁନିୟନ୍ କ୍ଲବ୍ ଟେନିସ୍ ଏରେନା ଠାରେ ଅନୁଷ୍ଠିତ ହେବ । ଏଥିରେ ଚଣ୍ଡିଗଡ଼, ମହାରାଷ୍ଟ୍ର,କେରଳ, ପଂଞ୍ଜାବ, ହରିୟାନା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶାର ବହୁ ନାମୀ ଖେଳାଳୀ ଅଂଶଗ୍ରହଣ କରିବେ । ଆସନ୍ତା ୧୭ ତାରିଖ ଦିନ ଏହି ଟୁର୍ଣ୍ଣାମେଂଟ ଉଦଘାଟନ ହେବ । ଏନେଇ ଗଂଜାମ ଜିଲ୍ଲା ଟେନିସ୍ ଆସୋସିଲସନ୍ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

