ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ରାଜ୍ୟରେ ଆସନ୍ତାକାଲିଠାରୁ ସିଟି ବସ୍ ଚଳାଚଳ କରିବ । ଏହାସହ ଅଟୋ, ଘରୋଇ ଗାଡ଼ି ମଧ୍ୟ ଚଳାଚଳ କରିବ । ବସ୍ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରା କରିବେ । କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ଏହାସହ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯାତ୍ରୀଙ୍କ କରୋନା ଲକ୍ଷଣ ଥିଲେ ବସ୍ରେ ଯାଇପାରିବେ ନାହିଁ । ଯାତ୍ରୀ ନିଜ ପାଖରେ ଛୋଟ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି । ନିୟମ ନମାନିଲେ ଦଣ୍ଡିତ ହେବେ ବୋଲି କହିଛନ୍ତି ଏସ୍ଆରସି । ଏସ୍ଆରିସି କହିଛନ୍ତି ଯେ ରାଜ୍ୟରେ କାଲିଠୁ ବାଇକ, ଟ୍ୟାକ୍ସି, ଘରୋଇ ଗାଡ଼ି ଓ ଅଟୋ ଚଳାଚଳ କରିପାରିବ । ଅଟୋ କିମ୍ଵା ଘରୋଇ ଗାଡ଼ିରେ ଡ୍ରାଇଭରଙ୍କୁ ଛାଡ଼ି ଦୁଇ ଜଣ ଯାତ୍ରା କରିବେ । ରାଜ୍ୟରେ ବସ୍ ଚଳାଚଳ ମଧ୍ୟ କରିବ ହେଲେ ଯେତିକି ସିଟ୍ ଅଛି ସେତିକି ଯାତ୍ରୀ ଯାଇପାରିବେ । ଆସନ୍ତାକାଲିଠାରୁ ଦେଶରେ ବିମାନ ଚଳାଚଳ ଆରମ୍ଭ ହେବ । ସେହିପରି ଜୁନ୍ ୧ରୁ ଟ୍ରେନ ଚଳାଚଳ ମଧ୍ୟ କରିବ । ଅନେକ ଯାତ୍ରୀ ଆସି ଭୁବନେଶ୍ଵର ଓ ଅନ୍ୟ ଜିଲ୍ଲାମାନଙ୍କରେ ପହଞ୍ଚିବେ । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିୟମ କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର