
ରାୟଗଡ଼ା (ସମୃଦ୍ଧ ଓଡିଶା) ସରକାରଙ୍କ କାଳଆ ଯୋଜନା ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବ । କୃଷି କ୍ଷେତ୍ରରେ ସର୍ବଦା ଆର୍ଥିକ ସମସ୍ୟା ଭୋଗି ଆସୁଥିବା ବେଳେ ବିଭିନ୍ନ ବର୍ଗର ଚାଷୀ ଏହି ଯୋଜାନରୁ ଉପକୃତ ହୋଇ ପାରିବେ । ଏହାର ପ୍ରଚାର ଓ ପସାର ପାଇଁ ଜିଲାପାଳ ଗହୁା ପୁନମ ତାପସ କୁମାର ରବିବାର ସଚେତନାତାର ବାର୍ତ୍ତା ବାଣ୍ଟିବା ଉଦେଶ୍ୟରେ ଏକ ରଥର ଉଦ୍ଘାଟନ କରିଛନ୍ତି । ଜିଲାର ୧୮୨ଟି ତି ଗ୍ରାମ ପଞ୍ଚାୟତ ବୁଲି କାଳିଆ ଯୋଜନାର ବାର୍ତ୍ତା ପହଞ୍ଚାଇବା ପାଇଁ ରଥକୁ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ ତାରିଖରେ ଏହାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ଆଭିମୁଖ୍ୟ ଓ କିଭଳି ସହାୟତା ମିଳି ପାରିବ ସେ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ରଥଟି ଜିଲା ସଦର ମହକୁମାରୁ ବାହାରିଛି । ଅନୂସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଯୋଜନାର ପରିକଳ୍ପନା କରାଯାଇଛି । ବୃଦ୍ଧ ଚାଷୀ, ରୋଗଗ୍ରସ୍ତ ବା ଅକ୍ଷମ ଚାଷୀ ପରିବାରର ଜବୀକା ପାଇଁ ଏକକାଳିନ ୧୦ ହଜାର ଟଙ୍କା ଯେଗାଇ ଦିଆଯିବ । ଗତ ୨ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଆସନ୍ତା୧୦ତାରିଖ ପର୍ଯ୍ୟନ୍ତ ଓ ଦୂତୀୟ ପର୍ଯ୍ୟାୟ ଜାନୁଆରୀ ୧୫ରୁ ୨୦ ପର୍ଯ୍ୟନ୍ତ ଚାଲିବା ସୂଚନା ମିଳିଛି । ପ୍ରତ୍ୟେକ ଚାଷୀ ଆବେଦନ ବେଳେ ନିଜ ନାମରେ ରହିଥିବା ଜମି ପଟ୍ଟାର ନକଲ, ଭାଗ ଚାଷୀ ନିଜ ଜମି ମାଲିକଙ୍କ ସହମତି ପତ୍ର, ବ୍ୟାଙ୍କ ପାସ ବହିର ପ୍ରଥମ ପୃଷ୍ଠାର ନକଲ, ଆଧାର କାର୍ଡ, ଫଟୋ ପରିଚୟ ପତ୍ରର ନକଲ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


