ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ଥାଲାସେମିଆ, ଗର୍ଭବତୀ ମା ଓ ଦୁର୍ଘଟଣା ଜନୀତ ଲୋକଙ୍କୁ ରକ୍ତ ଦେବାଲାଗି ଆବଶ୍ୟକ ପଡୁଥିବାରୁ ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଶିବର ରକ୍ତ ସଂଗୃହୀତ କରାଯାଉଛି । ଗତ ଶୁକ୍ରବାର ସୁଗୋ ଠାରେ ଏକ ଶିବିର ହୋଇଥିବା ବେଳେ ଆଜି ରାଇବଣିଆର କାଳିକ ପଂଚାୟତର ମଇ ବିଦ୍ୟାଳୟ ପରିସରରେ ଏପରି ଏକ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜୀବନବିନ୍ଦୁ ସଂଯୋଜକ ମଧୁ ସୂଦନ ସେନାପତି ମିଳିତଭାବେ ଉଦ୍ଘାଟନ କରିଥିବା ବେଳେ ଦିଲ୍ଲିପ କୁମାର ସାମଲ, ଗଂଗାଧର ଦାସ, ସତ୍ୟଶୋଭନ ମିଶ୍ର, ବ୍ରିଜେଶ ରଣା, ମାନସ ଜେନା, ଉତ୍ତମ ଜେନା, ତୋଷାର ଜେନା, କମଳ ଦାସ, ଚନ୍ଦନ କର, ରାସବିହାରୀ ରଣା, କାଳିଚରଣ ଦାସ, ବିଜୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ବାଲେଶ୍ୱର ରକ୍ତ ଭଣ୍ଡାର ଡାକ୍ତର ମହେଶ ବିଶ୍ୱଳ, ଦେବାଶିଷ ଦତ୍ତ, ସବ୍ନମ ଦାସ, ହେମଲତା ସେଠୀ, ମନାଲିସା ମହାନ୍ତି, ହରିଶ୍ଚନ୍ଦ୍ର ମହାପାତ୍ର ରକ୍ତ ସଂଗ୍ରହରେ ସହାୟତା କରିଥିଲେ । ଏଠାରୁ ୪୦ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାଯାଇଛି ।