

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କାଳିକୋ ଠାରେ ୩୫ ଲକ୍ଷ ଟଙ୍କା ମୂଲ୍ୟର କଲ୍ୟାଣ ମଣ୍ଡପ ଗତକାଲି ୭୪ ତମ ସ୍ଵାଧୀନତା ଦିବସ ଅବସରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ରଙ୍କ ଦ୍ଵାରା ଉଦଘାଟନ ହୋଇ ଯାଇଛି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜଳେଶ୍ଵର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୀପ୍ତିରଞ୍ଜନ ସେଠୀ ଯୋଗ ଦେଇ ଉକ୍ତ କଲ୍ୟାଣ ମଣ୍ଡପ ରାଇବଣିଆ ଅଧିସ୍ଯୁତ ଅଞ୍ଚଳର ଆବଶ୍ୟକକୁ ପୂରଣ କରିବ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ସରପଞ୍ଚ ବିଜୟ କୁମାର ବେହେରା, ସମିତି ସଭ୍ୟା ମାନି ପାତ୍ର ଓ ପୂର୍ବତନ ସରପଞ୍ଚ ଗଙ୍ଗାଧର ଦାସ ଉପସ୍ଥିତ ହୋଇ ଏହି ଉଦଘାଟନୀ ଉତ୍ସବରେ ସହଯୋଗ କରିଥିଲେ । ଖୁବ ଅଳ୍ପ ସଂଖ୍ୟକ ଲୋକଙ୍କ ମଧ୍ୟରେ ସାମିଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଏହାକୁ ପାଳନ କରା ଯାଇ ଥିଲା । ଉପସ୍ଥିତ ରାଇବଣିଆ ଅଞ୍ଚଳର ଲୋକ ଖୁବ ଉତ୍ସାହିତ ଥିବା ଦେଖା ଯାଇଥିଲା । କାରଣ ସେମାନଙ୍କର ବିବାହ ବ୍ରତ ଇତ୍ୟାଦି କରିବାକୁ ହେଲେ ୩୦ କି.ମି. ରାସ୍ତା ଜଳେଶ୍ଵର କିମ୍ବା ନିକଟସ୍ଥ ପଶ୍ଚିମବଙ୍ଗ ରାଜ୍ୟର ଦାନ୍ତୁନକୁ ବହୁ ଅର୍ଥ ଖର୍ଚ୍ଚ କରି ଯିବାକୁ ପଡୁଥିଲା । ସେହି ଖର୍ଚ୍ଚ ଓ ସମୟକୁ ଏହି କଲ୍ୟାଣ ମଣ୍ଡପ ବଞ୍ଚେଇ ପାରିବ ବୋଲି ମତ ପ୍ରକାଶ ପାଇ ଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା