

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତର କେଦାରପୁର ଗ୍ରାମରେ ଥିବା ନିଳକଣ୍ଠେଶ୍ୱର ଶିବ ମନ୍ଦିରରେ ମହା ଶିବରାତ୍ରି ପାଳିତ ହୋଇଯାଇଛି । ଏହି ଅବସରରେ ଜି. କ୍ରିଷ୍ଣା ରେଡ୍ଡୀଙ୍କ ନିର୍ଦ୍ଦେଶ ଅନୁସାରେ କଳାକାରମାନଙ୍କୁ ନେଇ ଆୟୋଜିତ ହୋଇଥିବା ‘କାହାଣୀ ଶୁଣିଲେ ଡର ଲାଗୁଛି’ ନାଟକ ମଞ୍ଚସ୍ଥ କରାଯାଇଥିବା ଜଣାପଡିଛି । ତିତିଖଣ୍ଡି ଦଣ୍ଡନାଟ୍ୟ ସଂଘ ତରଫରୁ ଆୟୋଜିତ ନାଟକକୁ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ ଯୋଗଦେଇ ଦ୍ୱୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏହାସହ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏସ୍. ଗାନ୍ଧୀ ଦୋରା, ଭଜରାମ ରଣା, ଦେବହରି ରଣା ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ମନ୍ଦିରରେ ମହାଦୀପ ଲାଗିବା ପରେ ନାଟକକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ ।
ରିପୋର୍ଟ : ଗୋପୀନାଥ ପଟ୍ଟନାୟକ
