ଶୈଶବର ଆନନ୍ଦମୟ ଅନୁଭୂତି ଗୁଡିକୁ ବିଦାୟ ଦେଇ କିଶୋର ବୟସରେ ପଦାର୍ପଣ କରୁଥିବା ଶିକ୍ଷାର୍ଥୀଙ୍କ ଭବିଷ୍ୟ ଗଠନର ପ୍ରଥମ ସୋପାନ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥାଏ । ସେହି ସମୟରେ ମଣିଷ ମନରେ ଅଲୌକିକ ଭାବନା ତଥା ନୂତନ ଅନୁଭବ ଗୁଡିଏ ମନକୁ ଆସିଥାଏ ଯାହାର ଗତିବିଧି ଓ ସୀମା ଧାର୍ଯ୍ୟ କରିବା ଅସମ୍ଭବ ହୋଇପଡେ ସେମାନଙ୍କ ପାଖରେ । କିଶୋର ବୟସରେ ଅନେକ ଶିକ୍ଷାର୍ଥୀ କେତେକ ଅବାଟରେ ପରିଚାଳିତ ହୋଇ ପରବର୍ତ୍ତୀ ସମୟରେ ନିଜ ଜୀବନକୁ ଶୋକ ସନ୍ତାପିତ ଅବସ୍ଥାରେ ପରିଚାଳିତ କରୁଥିବା ବିଷୟ ବ୍ୟାଖ୍ୟା କରିବା ଆବଶ୍ୟକ ନାହିଁ, କାରଣ ତାହା ସମସ୍ତେ ଦେଖୁଛନ୍ତି, ଜାଣିଛନ୍ତି । ହେଲେ ସେମାନଙ୍କୁ ଉପଯୁକ୍ତ ରାସ୍ତା ଦେଖାଇବା ଏବଂ ସନ୍ତୁଳିତ, ସରସମୟ ଭବିଷ୍ୟତ ଗଠନ ଦିଗରେ ବ୍ରତୀ କରାଇବା ଦାଇତ୍ୱ କାହାର ? ନିଶ୍ଚିତ ଭାବେ ସେମାନଙ୍କ ପରିବାର ବର୍ଗ ଏବଂ ଶିକ୍ଷକଙ୍କ ଭୂମିକା ଏଥିପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ହେଲେ ସେମାନେ କ’ଣ ନିଜ ନିଜ କାର୍ଯ୍ୟ ସଠିକ୍ ଭାବେ କରୁଛନ୍ତି ? ନାଁ ! ଆଉ ସେଇଥିପାଇଁ ଆଜି କିଶୋର, କିଶୋରୀ ଅବାଟରେ ପଡି ଜୀବନ ସାରା ହନ୍ତସନ୍ତ ହେଉଥିବା ଲକ୍ଷ କଲେ ଜାଣିହେବ । ଘରେ ପରିବାର ବର୍ଗ ପିଲାଟିକୁ ବିଦ୍ୟାଳୟକୁ ଛାଡ଼ିଦେଇ ନିଜନିଜ କାର୍ଯ୍ୟରେ ବ୍ୟସ୍ତ । ବିଦ୍ୟାଳୟରେ ଶିକ୍ଷକ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିବା ଏବଂ ନିଜ ବୃତ୍ତିଗତ ଉତ୍ତରୋତ୍ତର ଉନ୍ନତି ବିଷୟରେ ଭାବୁ ଭାବୁ ସମୟ କ୍ଷୀଣ ! କେମିତି କୌଣସି ପ୍ରକାରେ କିଛି ପୋଥିଗତ ବିଦ୍ୟାକୁ ଗାଇଦେଲେ କର୍ତ୍ତବ୍ୟ ଶେଷ ! ହେଲେ ନୂତନଭାବେ ପ୍ରକୃତିକୁ ଦେଖୁଥିବା ଗଠନ କ୍ରମରେ ଥିବା ମସ୍ତିଷ୍କଟି ପଥ ଅନ୍ୱେଷଣରେ ନିମଗ୍ନ ଉପଯୁକ୍ତ ରାସ୍ତା ପାଇବ କେମିତି ?! ଶିକ୍ଷା ବ୍ୟତୀତ ମନରେ ଉଠୁଥିବା ଆଶାତୀତ ପ୍ରଶ୍ନର ଉତ୍ତର ପାଇବ କେଉଁଠୁ ?! ନିଜକୁ କେଉଁ ପଥର ପଥିକ କରି ଭବିଷ୍ୟତ ଉଜ୍ଜ୍ୱଳ କରିବ, ବୁଝିବ କେମିତି ?! କିଶୋର, କିଶୋରୀଙ୍କ ମନର ଏହିସବୁ ଉଦେ୍ବେଗ ଜନକ ବିଷୟ ବୁଝି ସେମାନଙ୍କ ଉପଯୁକ୍ତ ଭବିଷ୍ୟତ ଗଠନ ଦିଗରେ ପରିଚାଳିତ କରାଯିବା ଲକ୍ଷ ନାହିଁ କାହାର ! କି ସେମାନେ ନିଜେ ବୁଝିପାରି ନିଜକୁ ସୁଗଠିତ କରିବା ସୁଯୋଗ, ପ୍ରେରଣା ଶୂନ୍ୟ ଅମଣିଷ ସମାଜ ଯେ ଦେଶର ଭବିଷ୍ୟ ପିଢିଙ୍କୁ କେବଳ ଅଜ୍ଞାନ କରୁଛି ତା ନୁହେଁ, ବରଂ ଏହି ଘଡ଼ିସନ୍ଧି ମୁହୂର୍ତ୍ତର ସୁଯୋଗ ନେଇ କେତେକ ଦଳୀୟ, ଗୋଷ୍ଠବଦ୍ଧ, ସାମ୍ପ୍ରଦାୟୀକ ହେଉକି ଆତଙ୍କବାଦୀ ସଂଗଠନ, ସେମାନଙ୍କୁ ପଥଭ୍ରଷ୍ଟ କରି ନିଜ ସ୍ୱାର୍ଥରେ ବ୍ୟବହାର ପୂର୍ବକ ସେମାନଙ୍କ ଜୀବନକୁ ଅମାନବୀୟତାରେ ଭରିଦେଇ ହନ୍ତସନ୍ତ କରିବା ସହିତ ରାଷ୍ଟ୍ରକୁ ନିମ୍ନଗାମୀ କରୁଥିବା ବୁଝିବା ସାମର୍ଥ୍ୟ ବିହୀନ ମଣିଷର ଗତି କେଉଁଆଡକୁ ବିଚାର କରିବା….. ଶରୀରରେ କେତେକ ହର୍ମୋନ୍ଗତ ପରିବର୍ତ୍ତନ ସାଙ୍ଗକୁ ମସ୍ତିଷ୍କରେ ଅଲୌକିକ ଭାବନା ସମୂହକୁ ନେଇ ଗଠନ କ୍ରମରେ ଥିବା ମଣିଷ ମସ୍ତିଷ୍କ ଯେ କେତେବେଳେ କେଉଁ ଦିଗଗାମୀ ହେବ ତାହାର ସଠିକ ଆକଳନ କରିବା ସହଜ ନୁହେଁ । କେତେକ କ୍ଷେତ୍ରରେ ତାହାର ଜିନ୍ଗତ, ଜନ୍ମଗତ ସ୍ୱଭାବ ମଣିଷକୁ ପ୍ରଭାବିତ କରୁଥିବା ବେଳେ ପରିବେଶ ଏବଂ ପରିପାଶ୍ୱର୍ିକ ଅବସ୍ଥିତି, ପରିସ୍ଥିତି ମଧ୍ୟ କିଛି କମ୍ ପ୍ରଭାବ ପକାଇନଥାଏ ସେମାନଙ୍କ ଉପରେ । ତେଣୁ କେତେବେଳେ ପରିବେଶ, ପରିସ୍ଥିତିକୁ ନେଇ କିଏ କେଉଁ ବାଟରେ ପରିଚାଳିତ ହେବ ଧାର୍ଯ୍ୟ କରିବା ଅତ୍ୟନ୍ତ ଜଟିଳ । ଆଉ ଯାହାକୁ କୌଣସି ଲଗାମ୍ ନାହିଁକି ନିୟନ୍ତ୍ରଣ, ସେମାନଙ୍କ ଗତିବିଧିର ସମୀକ୍ଷା କରିବା ଯଥେଷ୍ଟ କଷ୍ଟକର । ତେଣୁ ଏହି ମାନସିକ ଭାବଧାରା ନିୟନ୍ତ୍ରଣ ବହିର୍ଭୁତ କିଶୋର, କିଶୋରୀ ମାନେ କେତେବେଳେ କାହା ପ୍ରେମରେ ପଡି କେଉଁ ଦିଗଗାମୀ ହୋଇଥା\’ନ୍ତି ତାହା ଆକଳନ କରିହେବ ନାହିଁ । ଅନେକ ସମୟରେ ଦେଖିବାକୁ ମିଳେ, କେତେକ କିଶୋର, କିଶୋରୀ ପ୍ରେମରେ ପଡି କେତେବେଳେ କିଏ ନିରୁତ୍ସାହିତ ହୋଇ ନିଜର ଜୀବନ ନଷ୍ଟ କରିଥା\’ନ୍ତି ତ ଆଉ କେତେଜଣ ପ୍ରେମରେ କୃତକାର୍ଯ୍ୟ ହୋଇ ନିଜର କ୍ଷମତା ଅନ୍ତର୍ଭୁକ୍ତ କୌଣସି କାର୍ଯ୍ୟ କରି ପାରିବାରିକ ମୋହରେ ବାନ୍ଧି ହୋଇଯା\’ନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ଏକ ସଂଖ୍ୟା ଗରିଷ୍ଠ ଦେଖିବାକୁ ମିଳନ୍ତି ଯେଉଁମାନେ କୌଣସି ଦଳୀୟ, ଗୋଷ୍ଠିଗତ କିମ୍ବା ସାମ୍ପ୍ରଦାୟୀକ ବିଚାରବଦ୍ଧତା ସହିତ ନିଜକୁ ସାମିଲ କରି ପରିଶେଷରେ ସେମାନଙ୍କ ପ୍ରେରଣାକୁହିଁ ସର୍ବେସର୍ବା ବୋଲି ମନେ କରିଥା’ନ୍ତି । ଖୁବ୍ କମ୍ ସଂଖ୍ୟକ ମଣିଷ କିଶୋର ବୟସରେ ନିଜର ଉଦ୍ବେଗକୁ ସଂକୁଚିତ କରି ନିଜସ୍ୱ ବିଚରବଦ୍ଧତା ମଧ୍ୟରେ ନିଜକୁ ବାନ୍ଧି ଏକ ନିରପେକ୍ଷ ଜୀବନ ପ୍ରସ୍ତୁତ କରିବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳୁଛି ଆମ ସମାଜରେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିରପେକ୍ଷ ବିଚାର ରଖୁଥିବା କିଶୋର, କିଶୋରୀଙ୍କ ସଂଖ୍ୟା ଖୁବ୍ କମ୍ ଦେଖିବାକୁ ମିଳୁଥିବା ବେଳେ ପ୍ରେମରେ କୃତକାର୍ଯ୍ୟ ସରସମୟ ଜୀବନ ହାସଲ କରି ପାରୁଥିବା ମଧ୍ୟ ଅନୁରୂପ ସଂଖ୍ୟକ ହୋଇଥାଏ । ବିଫଳ ପ୍ରେମିକଙ୍କ ଜୀବନର ଗତିବିଧି କାହାକୁ ଗୋଚର ନଥିବା ବେଳେ ଏହି ଗୋଷ୍ଠିଗତ ବିଚାରଧାରାରେ ନିମଜ୍ଜିତ ସଂଖ୍ୟା ଗରିଷ୍ଠ କିଶୋର, କିଶୋରୀ ନିଜ ଶିକ୍ଷାକ୍ଷେତ୍ର ଠାରୁ ଦୂରେଇଯାଇ କେବଳ ସେହି ଗୋଷ୍ଠିଗତ ବିଚାରଧାରାରେ ଉଦ୍ବ୍ୱୁଦ୍ଧ ନିଜ ଜୀବନକୁ ସେହି ଦିଗଗାମୀ କରାଇଥା\’ନ୍ତି ଯାହା ସମ୍ପୃକ୍ତ ଗୋଷ୍ଠୀର ଲକ୍ଷ ଥାଏ । ଏମାନଙ୍କ କ୍ରମବିକାଶମୁଖି ମସ୍ତିଷ୍କରେ ସେହି ଗୋଷ୍ଠିଗତ ବିଚାରଧାରା ଏମିତି ଉଲ୍ଲେଖିତ ହୋଇଥାଏଯେ ସାରାଜୀବନ ସେମାନେ ବାଛିନେଇଥିବା ସମ୍ପୃକ୍ତ ଗୋଷ୍ଠୀଠାରୁ ନିଜକୁ ଦୁରେଇ ନପାରି କେବଳ ସେମାନଙ୍କ ଗୁଣଗାନ କରିଥା\’ନ୍ତି । ଭଲ ମନ୍ଦର କୌଣସି ବିଚାରବିହୀନ କିଶୋର ସମୟର ସେହି ସମ୍ମିଳନୀ ଜନିତ ଜୀବନ ଶେଷ ପର୍ଯ୍ୟନ୍ତ ସେହି ଗୋଷ୍ଠୀ ସହିତ ନିଜକୁ ଜଡିତ ରଖି ଜୀବନକୁ ନିଜ ହାତରେ ତଳିତଳାନ୍ତ କରି ନିଜକୁ ନିଜେ ପ୍ରତାରିତ କରୁଥିବା ବିଷୟ କେବେହେଲେ ମନକୁହିଁ ଆସିନଥାଏ ସେମାନଙ୍କର, କାରଣ ସେହି ଗୋଷ୍ଠିଗତ ପ୍ରେରଣାର ଷଢ଼ଯନ୍ତ୍ର ସେହିଭଳି ରହିଥାଏ ! ଗୋଷ୍ଠିଗତ ବିଚାରଧାରା ସମ୍ପୃକ୍ତ ଗୋଷ୍ଠୀର ମୁଖିଆଙ୍କ ବିଚାରଧାରା ଉପରେ ନିର୍ଭର କରିଥାଏ ଯାହା ତାଙ୍କୁ ଯଥେଷ୍ଟ ନିଜସ୍ୱ ସ୍ୱାର୍ଥ ହାସଲ କରିବାରେ ସହାୟକ ହେଉଥିବା ବେଳେ ଏହି ସଦସ୍ୟଙ୍କୁ ମଧ୍ୟ ସେହିମାନଙ୍କ ଦ୍ୱାରା ପ୍ରଦତ୍ତ ଅଂଶରୁ କିଂଚିତ ସ୍ୱାର୍ଥ ପ୍ରଦାନ ପୂର୍ବକ କିଛି ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଥାଏ ଯେଉଁଥିରେ ଅନୁପ୍ରାଣିତ ଏହି ନିର୍ବୋଧ ସେମାନଙ୍କ ସହିତ ଜୀବନସାରା ବାନ୍ଧି ହୋଇ ନିଜ ଜୀବନକୁ ନଷ୍ଟ କରିଥା’ନ୍ତି । ତେଣୁ ଏହି କ୍ରମବିକାଶଶୀଳ ମସ୍ତିଷ୍କ ମାନଙ୍କୁ ନିଜସ୍ୱ ଭବିଷ୍ୟ ଗଠନ କରି ଜ୍ଞାନ ଆହରଣ କରିବାର କୌଣସି ପଥ ପ୍ରଦର୍ଶକ ପରିବେଶ ସୃଷ୍ଟି କରାନଯାଇ କେତେକ ଗୋଷ୍ଠୀଙ୍କ ଦ୍ୱାରା ପ୍ରତାରିତ କରି ରଖାଯାଉଥିବା ଅନୁଧ୍ୟାନ କଲେ ଜାଣିହେବ । ଏଥିରୁ ନିସ୍ତାର ନାହିଁ, ଯେ ପର୍ଯ୍ୟନ୍ତ ସାଧାରଣ ଲୋକେ ଏଗୁଡ଼ିକୁ ପ୍ରତିବାଦ ପୂର୍ବକ ନିଜ ସନ୍ତାନ ମାନଙ୍କୁ କୌଣସି ଦଳ, ଗୋଷ୍ଠୀ, ସଂଗଠନ କିମ୍ବା ସାମ୍ପ୍ରଦାୟୀକ ମନୋଭାବ ତଥା ସଂଶ୍ଳିଷ୍ଠତା ଠାରୁ ଦୁରେଇ ରଖିବା ପ୍ରୟାସ କରିଛନ୍ତି ବୋଲି ଆମ ବିଚାରରେ ଆପଣଙ୍କ ମତବ୍ୟକ୍ତ କରିବେ ବୋଲି ଆଶା…..।
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ.