

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେରେ କିସ ଓ କିଟ୍ ମିନି ମାରାଥନ -୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମାରାଥନ ଢେଙ୍କାନାଳର ବାଜିଛକ ଠାରୁ ବାହାରି ମିନି ଷ୍ଟାଡିୟମରେ ପହଞ୍ଚିଥିଲା । ଏହି ଅବସରରେ କିସ ଓ କିଟ ପକ୍ଷରୁ ହୋଇଥିବା ମାରାଥନର ଲକ୍ଷ୍ୟ “ଏଜୁକେସନ ଫର ଅଲ୍” ଶୀର୍ଷକକୁ ବହୁ ବ୍ୟକ୍ତି ପ୍ରଶଂସା କରିଛନ୍ତି । ଏହି ମିନି ମାରାଥନରେ ବହୁ ଛାତ୍ରଛାତ୍ରୀ ଓ ବୁଦ୍ଧିଜିବୀ ଅଂଶ ଗ୍ରହଣ କରିଥିଲେ । ଏଭଳି ଏକ ମହତ ଉଦ୍ଧେଶ୍ୟ ନେଇ ଏହି ଗଣ ଦୌଡରେ ବହୁ ସଂଖ୍ୟାରେ ବହୁ ବ୍ୟକ୍ତି ସାମିଲ ହୋଇଥିବାରୁ ବେଶ ଉତ୍ସାହିତ ହୋଇଥିଲେ ଭାଗ ନେଇଥିବା ଛାତ୍ରଛାତ୍ରୀ ।
ରିପୋର୍ଟ : ଶୁଭମ କୁମାର ପାଣି



