

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରରେ ଥିବା କୁଇନ ଅଫ ଦି ମିଶନସ ହାଇସ୍କୁଲର ୧୯୮୩ ମେଟ୍ରିକ୍ (ସିନିଅର)ବେଚ ପିଲାମାନଙ୍କର ଏକ ବୈଠକ ବାବାଜୀ ତୋଟା ସାହୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଜଣ ପୂରାତନ ଛାତ୍ରମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଵିରୁପାକ୍ଷ ଦାସ ସାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଡଃ. ସୁବ୍ରତ କୁମାର ସାହୁ, ନିହାର ରଞ୍ଜନ ଦାସ, ଇଶ୍ଵର ମହାନ୍ତି, ସାଇ ରାମ ପାତ୍ର, ନିଳାମ୍ବର ମହାପାତ୍ର ଓ ଡାକ୍ତର ବ୍ରଜ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା