


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଳକ ହାଇସ୍କୁଲ ପଡିଆରେ କୁଇ (କନ୍ଧ) ଉନ୍ନୟନ ସମିତି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ମୋହନା ବିଧାୟକଙ୍କ ଦାଶରଥି ଗମାଂଗ ଉପସ୍ଥିତି ରହି ବିଭିନ୍ନ ସମସ୍ୟା ବିଷୟରେ ଆଲଚନା କରିଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ । ଏହାପରେ ସେ ନିକଟ ଗ୍ରାମର ସମସ୍ୟା ବୁଝି ଦେଖିଥିଲେ । କୁଇ ସମ୍ପ୍ରଦାୟକ ଲୋକଙ୍କ ସୁବିଧା ଅସୁବିଧା କଣ ଅଛି ପଚାରି ବୁଝିଥିଲେ ଓ ଏହି ସମସ୍ୟାର ସମାଧାନକୁ ନେଇ ବିଧାନସଭାରେ ଉପସ୍ଥାପନା କରିବେ ବୋଲି ଜଣାଇଥିଲେ । ଏହାସହ ବିଧାୟକ ଶ୍ରୀଯୁକ୍ତ ଗମାଙ୍ଗ ଜଣାଇଛନ୍ତି କି କୁଇ(କନ୍ଧ) କୁଳ ପାଇଁ ଆବାସିକ ଉନ୍ନୟନ ନିମନ୍ତେ ତାଙ୍କ ନିଜସ୍ୱ ବିଧାୟକ ପାଣ୍ଠିରେ ଅର୍ଥ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଆଦିବାସୀ କୁଇ ସଂଘ ପକ୍ଷରୁ ଶିକ୍ଷକ ପଦବୀ ପୂରଣ ଓ କୁଇ ସମାଜର ଉର୍ଣ୍ଣତି ନିମନ୍ତେ ସ୍ଥାନୀୟ କୁଇ ସମାଜ ଦାବି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯାକବ ମାଝୀ, ଗୋଷ୍ଟି ଉର୍ଣ୍ଣୟଣ ଅଧିକାରୀ ବଂଶୀଧର ଖସଲା କୁଇ ସଂଘଠନର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା



