କୁକୁଡ଼ା ବୋଝେଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ:ଡ୍ରାଇଭର ଗୁରୁତର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ମଧ୍ୟ ରାତ୍ରରେ ଢେଙ୍କାନାଳ ଅଭିମୁଖେ ଏକ ମିନିଟ୍ରକ କୁକୁଡ଼ା ବୋଝେଇ କରି ଆସୁଥିବା ସମୟରେ କମଶରା ବ୍ରାହ୍ମଣୀ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡି ଚାଳକ ପ୍ରଦୀପ ନାୟକ ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲା । ଏହି ଦୁର୍ଘଟଣା ବିଷୟରେ ସୂଚନା ପାଇ ଢେଙ୍କାନାଳର ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ ଗାଡିଚାଳକ ପ୍ରଦୀପ ନାୟକଙ୍କୁ ଗାଡି ଭିତରୁ ଅଗ୍ନିସମ ବିଭାଗର ବିଶ୍ୱଜିତ ସାହୁ, ହିମାଂଶୁ ଶେଖର ନାୟକ, ସ୍ୱାଗତ ରାଉତ ଓ ଗୌତମ ସେଠିନଙ୍କ ମିଳିତ ଉଦ୍ୟମରେ ସମସ୍ତ ପ୍ରକାରର ଯନ୍ତ୍ରପାତି ପ୍ରୟୋଗ କରି ବାହାର କରିଥିଲେ । ସୂଚନା ଅନୁଯାୟୀ ଗାଡିଟି ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଝୁଲନ୍ତା ଅବସ୍ଥାରେ ଥିଲା ଏବଂ ଗାଡିଟି ଓଲଟି ପଡ଼ିବାର ମଧ୍ୟ ସମ୍ଭାବନା ଥିଲା ଏହାସହ ତଳ ପଟକୁ ଯାଇ କାର୍ଯ୍ୟ କରିବା ମଧ୍ୟ ସମ୍ଭବପର ନଥିଲା । ତେଣୁ ଶେଷରେ କ୍ରେନ ସାହାର୍ଯ୍ୟରେ ଗାଡ଼ିଟିକୁ ରାସ୍ତା ଉପରକୁ ଅଣାଯାଇଥିଲା ଏହାପରେ ଗାଡିକୁ ଉନ୍ନତ ଯନ୍ତ୍ରପାତି ସାହାର୍ଯ୍ୟରେ କାଟି ଜୀବନ୍ତ ଭାବେ ଗାଡି ଚାଳକକୁ ବାହାରକୁ ବାହାର କରି ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଗାଡିଟି ସୁଗୁନା ଫିକ୍ସ ପ୍ରାଇଭେଟ ଲିମିଟେଡ଼ସକୁ କୁକୁଡ଼ା ନେଇ ଆସୁଥିଲା ବୋଲି ଜଣାପଡିଛି ।

ରିପୋର୍ଟ : ଶୁଭମ କୁମାର ପାଣି