

କୁକୁଡାଖଣ୍ଡି (ସମୃଦ୍ଧ ଓଡିଶା) ଗାନ୍ଧିଜୀଙ୍କ ସ୍ୱପ୍ନ ଥିଲା ସ୍ୱଚ୍ଛତା ତଥା ପରିମଳକୁ ସଫା ରଖିଲେ ସମାଜ ସୁଖ ସ୍ବାଛନ୍ଦ୍ୟରେ ରହିବ । ଏହାକୁ ଆଧାର କରି ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ସକାଶେ ଦେଶର ପ୍ରଧାନ ମନ୍ତ୍ରୀ ୨୦୧୪ ଗାନ୍ଧୀ ଜୟନ୍ତିରୁ ଏହି ଅଭିଯାନ ଏକ ବୈପ୍ଲବିକ ଯୋଜନା ଭାବରେ ଗ୍ରହଣ କରିଛନ୍ତି । ଏଥିସକାଶେ ଓଡିଶାର ରାଜ୍ୟ ସରକାର ମଧ୍ୟ ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦେଇ ଓଡିଶାକୁ ସ୍ୱଚ୍ଛ ରାଜ୍ୟରେ ପରିଣତ କରିବା ପାଇଁ ପୁରା ଦମରେ କାର୍ଯ୍ୟପନ୍ଥା ଆପଣାଇଛନ୍ତି । ଦେଶର ରାଜସ୍ୱ, ସର୍ବାଧିକ କର ପ୍ରଦାନକାରୀ ମଧ୍ୟବିତ୍ତ କରଦାତାଙ୍କ ଟିକସର ଏକ ସିଂହଭାଗ ଖର୍ଚ୍ଚ ଏଥିପାଇଁ ହେଉଛି । ବହୁ ଉଚ୍ଚଶିକ୍ଷିତ ଏବଂ ସ୍ୱଚ୍ଛାସେବି ସଂଗଠନ ସ୍ୱଛତା ସକାଶେ କରୁଥିବା କାର୍ଯ୍ୟକ୍ରମର ଅନେକ ଛବି ବିଭିନ୍ନ ଗଣମାଧ୍ୟମରେ ପ୍ରତିଫଳିତ ହେଉଛି । କିନ୍ତୁ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଜନଗହଳି ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇ ଦୁର୍ଗନ୍ଧ ହେଉଛି । ସେହି ରାସ୍ତା ଦେଇ କୁକୁଡାଖଣ୍ଡି ବିଡିଓ, ତହସିଲଦାର, କୁକୁଡାଖଣ୍ଡି କଲେଜର କର୍ମଚାରୀମାନେ ଯାତାୟାତ କରୁଥିଲେ ମଧ୍ୟ ସ୍ୱଚ୍ଛତାକୁ ଭୁଲିଯାଇଛନ୍ତି ଭଳି ମନେ ହେଉଛି । ସ୍ୱଚ୍ଛତା ପାଇଁ କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯାତାୟତ କରୁ ଥିଲେ ମଧ୍ୟ ସେଇଆଡ଼େ କାହାର ନଜର ଯାଉ ନ ଥିବାରୁ ସତେ ଯେପରି ସେମାନଙ୍କର ଆଖିରେ କଳାକନା ବନ୍ଧା ହୋଇଛି ଭଳି ବୁଝିବାକୁ ପଡୁଛି । ଅନ୍ୟପଟେ ସ୍ୱଛତା ସକାଶେ ଏବଂ ପରିମଳ ସୁଧରିବାପାଇଁ ଆସୁଥିବା ଲକ୍ଷ ଲକ୍ଷ ଅନୁଦାନ ଟଙ୍କା ଠିକଣା ବାଟରେ ଖର୍ଚ୍ଚ ହେଉଥିବା ବିଭାଗୀୟ ଅଧିକାରୀମାନେ କାଗଜ କଲମରେ ପୁରା ସ୍ୱଚ୍ଛରେ ପ୍ରଦର୍ଶିତ କରୁଥିବା ବୁଦ୍ଧିଜୀବି ମାନଙ୍କୁ ଚକିତ କରିଛି । କୁକୁଡାଖଣ୍ଡିର ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ଯଦି ଏଭଳି ପଡ଼ିରହେ ଗ୍ରାମାଞ୍ଚଳର ଅବସ୍ଥା କି ଭଳି ହୋଇଥିବା ନ କହିବା ଭଲ । ଏହି ବ୍ଲକର ବୋରିଗାଁ ପଞ୍ଚାୟତର ଅବସ୍ଥା ଆହୁରି କଦର୍ଯ୍ୟ କହିଲେ ନିଜକୁ ଲାଜ ମାଡ଼ିବ । ଗ୍ରାମ ମଧ୍ୟରେ କୁଢ କୁଢ ଆବର୍ଜନା । ବିଗତ ଦିନରେ ଏହି ଗ୍ରାମରେ ଡେଙ୍ଗୁ ରେଗୀ ମଧ୍ୟ ଚିହ୍ନଟ ହୋଇଥିଲା । କିନ୍ତୁ ପଞ୍ଚାୟତର ଉପଯୁକ୍ତ ବ୍ୟକ୍ତି ବିଶେଷଙ୍କ ନିଘା ନାହିଁ । ସଫେଇ ନାମରେ ଆସୁଥିବା ହଜାର ହଜାର ଅନୁଦାନ ଟଙ୍କା ବିଡିଓ, ସରପଞ୍ଚ, ନିର୍ବାହୀ ଅଧିକାରୀ ମିଳି ମିଶି ଚଳୁକରୁଥିବା ବୁଦ୍ଧି ଜୀବିମାନେ ଅଭିଯୋଗ କରୁଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





