ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ବାରିପଦାରୁ ବାଲିଆପାଳର ଡଗରା ଅଭିମୁଖେ ଏକ କୁକୁଡ଼ା ଗୁହ ବୋଝେଇ ଟ୍ରକର ପଛ ଚକ ଟ୍ରକରୁ ଆଲଗା ହୋଇ ବାହାରି ପାଖାପାଖି ୨ ଶହ ମିଟର ଦୂରକୁ ଛିଟିକି ଯାଇ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଯାହା ଫଳରେ ଗାଡ଼ିର ଡ୍ରାଇଭର ଓ ରାସ୍ତା କଡ଼ରେ ଥିବା ଜନସାଧାରଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଘଟିଛି ଜଳେଶ୍ଵର ବ୍ଲକ ବାଇଗଣବାଡ଼ିଆ ଗ୍ରାମ ପଞ୍ଚାୟତର ହର ବାବାଜୀ ମକରମେଳା ନିକଟରେ । ଟ୍ରକଟି ବାରିପଦାରୁ ବାଲିଆପାଳ ଡଗରା ଭାୟା କମର୍ଦା ରାସ୍ତା ଦେଇ ଯାଉ ଥିଲା ଓ ଚକ ବାହାରି ଯିବାରୁ ଟ୍ରକଟି ରାସ୍ତାରେ ଘୁଷୁରି ଘୁଷୁରି ଯାଇ ରାସ୍ତାର ଅବସ୍ଥା ଖରାପ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଟ୍ରକର ନମ୍ବର WB-31-1626, ମାଲିକ ବାଦଲ ସେନାପତି ଓ ଡ୍ରାଇଭର ରବୀନ୍ଦ୍ର ଦାସ ବୋଲି ଡ୍ରାଇଭର ସ୍ବୀକାର କରିଛି । ପଶ୍ଚିମବଙ୍ଗ ନମ୍ବର ଥାଇ ଡ୍ରାଇଭର ଜଳେଶ୍ଵର ଗାଡ଼ି ବୋଲି କହୁଥିବା ସନ୍ଦେହ ହେଉଛି ଏବଂ ଗାଡ଼ିରେ ଥିବା କୁକୁଡ଼ା ଗୁହ ଗୁଡ଼ିକ ମାଛ ଚାଷ ଓ ପାନ ବରଜରେ ବ୍ୟବହାର ହୁଏ ବୋଲି କହିଛି ।
ରିପୋର୍ଟ : ଭୂପତି କୁମାର ପରିଡା