ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା)ଗୁମା ବ୍ଲକ ବି କଳ।କଟ ପଞ୍ଚାୟତ ଅନ୍ତର୍ଗତ କୂଲାଙ୍ଗ ଗ୍ରାମରେ ଗତକିଛି ଦିନ ତଳେ ଘଟିଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲଚନା କଲେ ମୋହନା ବିଧାୟକ ଦାଶରଥି ଗୋମଙ୍ଗ । ନଷ୍ଟ ହୋଇଥିବା ଘର ଗୁଡିକ କିଭଳି ପୁନଃନିର୍ମାଣ ହୋଇପାରିବ ସେ ନେଇ ସରକାର ସହାୟତା କିପରି ମିଳିବ ସେଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ ।ଏଭଳି ଦୁର୍ଘଟଣା ଘଟିଥିବା ଗ୍ରାମର ଦୃଶ୍ୟ ଦେଖି ଗଭୀର ଦୁଃଖ ପ୍ରକାଶ କରିଥିଲେ । ତୁରନ୍ତ ସରକାରଙ୍କୁ ଅନୁରଧ କରି କିପରି ଥଇଥାନ ହୋଇପାରିବେ ସେ ବିଷୟ ଆଲୋଚନା କରି ସହାୟତା ଯଥାଶୀଘ୍ର ଯେପରି ହୋଇପାରିବ ଉଦ୍ୟମ କରିବେ ବୋଲି ବିଧାୟକ ଗମାଙ୍ଗ ପ୍ରତିଶୃତି ଦେଇଥିଲେ । ସେ ଘର ଘର ବୁଲି ଲୋକମାନଙ୍କୁ ଆଶ୍ୱାସନ ଦେବା ସହ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କୁଲାଙ୍ଗ ରେ ଥିବା ଚର୍ଚ୍ଚରେ ଏକ ପ୍ରାଥନା ସଭା କରିଥିଲେ । କୁଲାଙ୍ଗ ଗ୍ରାମ ଗ୍ରସ୍ତରେ ତାଙ୍କୁ ସହଯୋଗ କରିଥିଲେ ପାରଳାଖେମୁଣ୍ଡିର ସମସ୍ତଙ୍କ ପ୍ରିୟ ପୂର୍ବତନ ଉପାଧକ୍ଷ ସଞ୍ଜୟ କୁମାର ଅଧିକାରୀ ଓ ଗୁମା ପୂର୍ବତନ ଉପାଧ୍ୟକ୍ଷ ବେନିକ ଗୋମଙ୍ଗ, କୃଷ୍ଣ କୁମାର ବେହେରା, କୁନା ମାଝି ଲଳିତମହନ ଦଣ୍ଡସେନା, ସନ୍ତୁ ସାହୁ, ମଣ୍ଡୁ ଲିମା, ଲବ ସାହୁ ଓ ଅନ୍ୟାନ୍ୟ ସହଯୋଗୀମାନେ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା