

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ୍ ଅର୍ନ୍ତଗତ କୁଶପଡ଼ା ଗ୍ରାମରେ ଆଜି ସୁପ୍ରଭାତରୁ ଆରମ୍ଭ ହୋଇଛି ଏକ ଦିବସୀୟ ଭାଗବତ ମେଳା । ଭାଗବତ ମେଳା ଗୃହଠାରେ ବୈଷ୍ଣବ ଧର୍ମ ରୀତିନୀତି ଅନୁସାରେ ଭଗବତ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପରିବାର ସହିତ ଆୟୋଜିତ ମେଳାରେ ଉତ୍ସାହର ସହିତ ଯୋଗଦେଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜିଯାଇଥିବା ଦେଖିବାକୁ ମିଳିଥିଲା । ମେଳା ଆରମ୍ଭରେ ଶ୍ରଦ୍ଧାଳୁ ମାନଙ୍କ ପକ୍ଷରୁ ମହିଳାଭକ୍ତମାନେ ମୁଣ୍ଡରେ ଜଳକଳଶ ଧାରଣ କରି ହରିନାମ ସଂକିର୍ତନର ତାଳେ ତାଳେ ପୁରୁଷ ଭକ୍ତ ମାନଙ୍କ ସହିତ ସମଗ୍ର ଗାଁ ପରିକ୍ରମା କରିଥିଲେ । ମେଳା ହେତୁ ସମଗ୍ର ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମେଳା କମିଟି ପକ୍ଷରୁ ଗୁଡ଼ା ଯୁରିଆ ଦୋରା, ସଡ଼ପ ଗାନ୍ଧି, ଗେଦଲୁ ଧନୁ, ଗୁଡ଼ା ଭଗବାନ, ଏବର୍ତା ବିଜୟ, ସୁରେନ୍ଦ୍ର ବିଶୋୟୀ ପ୍ରମୁଖ ପରିଚାଳନା କରୁଥିବା ବେଳେ ଏହି ମେଳା ଆସନ୍ତାକାଲି ସୁପ୍ରଭାତରେ ଉଦଯାପନ ହେବ ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

