ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅଗ୍ରଣୀ ସମାଜକଲ୍ୟାଣ ଅନୁଷ୍ଠାନ କୁଶଳ ସ୍ଵଦେଶ ପ୍ରତିଷ୍ଠା ଗ୍ରୁପ ଇଣ୍ଡିଆ(କେଏସପିଜି) ପକ୍ଷରୁ ପ୍ରତିଜ୍ଞା ଦିବସ ପାଳିତ ହୋଇଯାଇଛି । ଏହା ସ୍ଥାନୀୟ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ କାର୍ଯ୍ୟାଳୟଠାରେ ପାଳିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଟ୍ରଷ୍ଟର ସଭାପତି ଡ଼ଃ. ଦେବାଶିଷ ପଣ୍ଡାଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା । ଏହି ଅବସରରେ ମାଟି ହାଣ୍ଡିରେ ଉତ୍କଳୀୟ ପରମ୍ପରା ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ସେହି ମାଟିହାଣ୍ଡିରେ ପ୍ରସ୍ତୁତ ଉତ୍କଳୀୟ ପରମ୍ପରା ଖାଦ୍ୟକୁ ଟ୍ରଷ୍ଟର ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ସରିତା ପଣ୍ଡାଙ୍କ ଦ୍ୱାରା ଅତିଥିମାନଙ୍କୁ ପରସା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା, ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ସୋନାଲି ଗନ୍ତାୟତ, ଦୈନିକ ଆଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ଡ଼ଃ. ସୁଦର୍ଶନ ଆଚାର୍ଯ୍ୟ, ସାହିତ୍ୟ ଏକାଡେମୀ(ଦକ୍ଷିଣାଞ୍ଚଳ)ର ସଦସ୍ୟ ସୁଶାନ୍ତ ଦାସ, ବିଶିଷ୍ଠ ଆଇନଜୀବୀ ଲଳିତ ମୋହନ ପାଢ଼ୀ, ବରିଷ୍ଟ ନାଗରିକ ମଞ୍ଚର ସଭାପତି ରାସ ବିହାରୀ ଦାସ, ଡ଼ଃ. ଚନ୍ଦ୍ରମଣି ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଡ଼ଃ. ଦିଲ୍ଲୀପ ପାତ୍ର, କାଳନ୍ଦୀ ନାୟକ, ପ୍ରଜ୍ଞା ପଣ୍ଡା ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ଦେବାଶିଷ ପଣ୍ଡା ଓ ସରିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୁ ମହାଙ୍କୁଡ, ବିଷ୍ଣୁ ମହେଶ୍ୱର ଗୌଡ଼, ଚିରଞ୍ଜନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା